ସପ୍ତାବରଣ ଲେଖିକା ସାହିତ୍ୟ, ସଂସ୍କୃତି ପରିଷଦ ଗଠିତ

ଭୁବନେଶ୍ଵର : ସପ୍ତାବରଣ ଲେଖିକା ସାହିତ୍ୟ ଓ ସଂସ୍କୃତି ପରିଷଦ ନାମକ ନୂତନ ଅନୁଷ୍ଠାନ ପବିତ୍ର ବୁଦ୍ଧପୂର୍ଣ୍ଣିମା ଅବସରରେ ଗଠନ କରାଯାଇଛି । ବଡ଼ଦାଣ୍ଡ ସ୍ଥିତ ଭକ୍ତ ସାଲବେଗ ପୀଠରେ କବୟତ୍ରୀ ସତ୍ୟଭାମା ପ୍ରଧାନଙ୍କ ଦ୍ଵାରା ଏହା ଉଦଘାଟିତ ହୋଇଛି । ପ୍ରତିଷ୍ଠା ଉତ୍ସବରେ ଲେଖିକା ଓ ଶିକ୍ଷାବିତ ବାସନ୍ତୀ ଦେବୀ ମୁଖ୍ୟ ଅତିଥି, ସୁଶ୍ରୀ ହରପ୍ରିୟା ସାହୁ ମୁଖ୍ୟବକ୍ତା, ଶିକ୍ଷାବିତ ଶୈଳବାଳା ମହାପାତ୍ର ଓ ଆଶାଲତା ପ୍ରଧାନ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । ଅବସାରପ୍ରାପ୍ତ ମଣ୍ଡଳ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ଦାଶ ସଭାମୁଖ୍ୟ ଏବଂ ଶିକ୍ଷାବିତ ଅନ୍ନପୂର୍ଣ୍ଣା ଦେବୀ, ଚାରୁଲତା ମିଶ୍ର ଓ ସମ୍ପାଦିକା ପ୍ରତିଭା ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ସଭା ବିବରଣୀ ଖାତା ଉନ୍ମୋଚନ ହୋଇଥିଲା । ସମ୍ପାଦିକା ମଞ୍ଜୁଶ୍ରୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଉର୍ମିଳା ସାମନ୍ତରାୟ, ପୂଜା ପ୍ରଧାନ, ରୋଜାଲିନ ପଣ୍ଡା, ମିନତି ମିଶ୍ର, ସସ୍ମିତା ମିଶ୍ର, ଡାକ୍ତର ରାନୁ ମିଶ୍ର, ମନସ୍ଵନୀ ବେହେରା, କମଳିନୀ ପାଣିଗ୍ରାହୀ, ଶର୍ମିଷ୍ଠା ଜେନା, ଚାରୁବାଳା ଦାଶ, ଅମୃତା ଦାସ, ପ୍ରଲିପ୍ତା ଛୋଟରାୟ, ସନ୍ତୋଷିନୀ ବେହେରା, ସ୍ନେହାସିନୀ ବେହେରା, ହେମାଙ୍ଗିନୀ ମହାନ୍ତି ଏବଂ ସୁଦୀପ୍ତ ମିଶ୍ର ପ୍ରମୁଖ ଆଲୋଚନା ଚକ୍ରରେ ଭାଗ ନେଇଥିଲେ । ସମ୍ପାଦିକା ମଞ୍ଜୁଶ୍ରୀ ସଭା ପରିଚାଳନା କରିଥିବା ବେଳେ ଚାରୁଲତା ଧନ୍ୟବାଦ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *