ଶିଳ୍ପୀ କେଶୁ ଦାସଙ୍କୁ ଶ୍ରେଷ୍ଠ ଅଭିନେତା ଓ କାହାଣୀ ରଚନା ପୁରସ୍କାର

ବାଲେଶ୍ଵର : ବିହାର ରାଜ୍ୟର ନୱାଦା ସହରରେ ଗତ ଅଗଷ୍ଟ ୨୭ ତାରିଖ ରବିବାର ଦିନ ଆୟୋଜିତ ହୋଇଯାଇଛି ‘ନୱାଦା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-୪ର୍ଥ ସଂସ୍କରଣ-୨୦୨୩’ । ଏହି ଚଳଚ୍ଚିତ୍ର ମହୋତ୍ସବରେ ବାଲେଶ୍ୱରର ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଜଉ କଣ୍ଢେଇ ପ୍ରଚାରକ ଶିଳ୍ପୀ କେଶୁ ଦାସ ଶ୍ରେଷ୍ଠ ଅଭିନେତା ସହ କାହାଣୀ ପୁରସ୍କାର ପାଇଛନ୍ତି । ହିତେଶ କୁମାର ଫିଲ୍ମସ ଦ୍ଵାରା ପ୍ରସ୍ତୁତ ଫିଲ୍ମ “ଅଭିମାନିନୀ” ପାଇଁ ନିର୍ଦ୍ଦେଶକ ହିତେଶ କୁମାର ଓ ତାଙ୍କ ଟିମଙ୍କୁ “ଶ୍ରେଷ୍ଠ କାହାଣୀ, ଶ୍ରେଷ୍ଠ ନିର୍ଦେଶନା, ଶ୍ରେଷ୍ଠ କଳାକାର ଓ ଶ୍ରେଷ୍ଠ କାହାଣୀ” ବର୍ଗରେ ଓ ଶିଳ୍ପୀ କେଶୁ ଦାସଙ୍କ ସହ ଫିଲ୍ମ “ମହିରୁହ”କୁ “ଶ୍ରେଷ୍ଠ ନିର୍ଦେଶନା, ଶ୍ରେଷ୍ଠ କଳାକାର ଓ ଶ୍ରେଷ୍ଠ ଚଳଚ୍ଚିତ୍ର” ରୂପେ ହିତେଶ କୁମାର, ଶିବାନନ୍ଦ ବିଶ୍ୱାଳ, ହରିହର ପୁହାନ, ଶିଳ୍ପୀ କେସୁଦାସ, ରାଜେଶ କୁମାର ମୂର୍ମୁ, ସରୋଜ କୁମାର ମହାରଣା, ଅଜିତ କୁମାର କର, ଅଶୋକ କୁମାର ଶା, ବିଶ୍ୱରଂଜନ ମଲ୍ଲିକ, ଗୁରୁସ୍ୱାମୀ ମହନ୍ତ, ସଂସ୍କୃତି ବସୁ, ମମତାମୟୀ ଦାଶଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ସମଗ୍ର ବିଶ୍ଵରୁ ୮୪ ଟି ଦେଶ ଭାଗ ନେଇଥିଲେ ।

ମହୋତ୍ସବର ନିର୍ଦ୍ଦେଶକ ରାହୁଲ ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ମୁଖ୍ୟଅତିଥି ଭାବେ ବିହାର ପ୍ରଦେଶର କଳା ଓ ସଂସ୍କୃତି ମନ୍ତ୍ରୀ ଜିତେନ୍ଦ୍ର କୁମାର ରାୟ ଏବଂ ସମ୍ମାନୀତ ଅତିଥି ଭାବେ ପ୍ରଗତି ଫାଉଣ୍ଡେସନର ଅଧ୍ୟକ୍ଷ୍ୟ ତଥା ଗୋବିନ୍ଦପୁର ବିଧାୟକ ଏମ.ଡି. କମରାନ ଯୋଗ ଦେଇଥିଲେ । ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବଲିଉଡ୍ ଜଗତର ଚର୍ଚ୍ଚିତ ଅଭିନେତା ଅଖିଳେନ୍ଦ୍ର ମିଶ୍ର, ଅଭିନେତା ସତ୍ୟକାମ ଆନନ୍ଦ, ପ୍ରସିଦ୍ଧ ଆମେରିକୀୟ ଓ ଭାରତୀୟ ଅଭିନେତା ଜେ. ବ୍ରାଣ୍ଡନ ହିଲ ଓ ବିଶିଷ୍ଟ ସିନେ ସମୀକ୍ଷକ ଡଃ କୁମାର ବିମଳେନ୍ଦୁ ସିଂ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଭାବେ କାଲିଫର୍ଣ୍ଣିଆରୁ ହଲିଉଡ୍ ନିର୍ଦ୍ଦେଶିକା ଟ୍ରାସି ଆନ୍ ଚାପେଲ୍ ମଧ୍ୟ ଦେଇଥିଲେ ।

ଫିଲ୍ମ ଉତ୍ସବରେ ପୁରସ୍କୃତ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିବାବେଳେ, ବଲିଉଡ଼ ତାରକା ଅଖିଳେନ୍ଦ୍ର ମିଶ୍ର ଓ ସତ୍ୟକାମ ଆନନ୍ଦ ପ୍ରଶଂସା କରି କହିଲେ, ମହିରୁହ ଓ ଅଭିମାନିନୀ ପରି ଫିଲ୍ମ ଆଞ୍ଚଳିକ ପରି ନୁହେଁ, ଏକ ଅନ୍ତର୍ଜାତୀୟ ସ୍ତରୀୟ ପରି ଫିଲ୍ମ ନିର୍ମାଣ ହୋଇଛି, ଚିତ୍ରଉତ୍ତୋଲନ ସହ ଅଭିନୟ କରିଥିବା କଳାକାରଙ୍କ ଅନେକ ପ୍ରଶଂସା କରିଛନ୍ତି ।

ଏହିଭଳି ବିଶ୍ଵ ସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇ ରାଜ୍ୟ ତଥା ଆମ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଥିବାରୁ, ହିତେଶ କୁମାର ଫିଲ୍ମସ ଓ ତାଙ୍କ ପରିବାର ଓ ଟିମଙ୍କୁ ସବୁ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି । ପ୍ରକାଶ ଥାଉ କି ଶିଳ୍ପୀ କେଶୁ ଦାସ ୨୦୨୧ ରେ କ୍ଷୁଦ୍ର ଫିଲ୍ମ ନିର୍ଦ୍ଦେଶକ ଭାବରେ ଆନ୍ତର୍ଜାତିକ ପୁରସ୍କାର ପାଇଥିଲେ ।

Related Posts

Leave a Reply

Your email address will not be published. Required fields are marked *