ଗୀତାଞ୍ଜଳି ପୃଷ୍ଟି

ପୂଜ୍ୟ ଗୁରୁଦେବ ଦେବତା ସମାନ
ତୁମ ପଦେ ରଖି ଲୟ
ଅତିକ୍ରମି ବାଧା ଜିଣିବି ଜଗତ
ତୁଟାଇ ମନରୁ ଭୟ ।

ତୁମ କର ସ୍ପର୍ଶେ ଦୂରହେଲା ମୋର
ଅଜ୍ଞାନ ତମସା ଘୋର
ଦେଖାଇଲ ତୁମେ ଶୂନ୍ୟରୁ ପୂର୍ଣ୍ଣକୁ
ବ୍ରହ୍ମମୟ ଏ ସଂସାର ।

ମିଛ ଅଭିମାନ ମାୟାର ବନ୍ଧନ
ମନେ ଭରି ଅହଂକାର
ସୋପାନ ଚଢ଼ି ମୁଁ ଦେଖୁଥିଲି ସ୍ବପ୍ନ
ପଡ଼ି ଉଠି ବାରମ୍ବାର ।

ହାତ ଧରି ମୋତେ ବାଟ କଢ଼ାଇଲ
ଶିଖାଇଲ ଭଲ ମନ୍ଦ
ସତ୍ୟ ପଥେ ଚାଲି ଯଶ ଅର୍ଜିବାକୁ
ଦେଇଥିଲ କିଛି ଶବ୍ଦ ।

ସଂଘର୍ଷ ସୋପାନେ ସାଧନାର ପଥେ
ଭରିଲ ଉତ୍ସାହ ତୁମେ
ଶାମୁକା ଭିତରୁ ମୁକ୍ତା ସାଉଁଟିଲି
ଦୀର୍ଘ ମୋର ଅଭିଯାନେ ।

ତୁମରି ଆକଟ ଶରୀରରେ ଛାଟ
ସ୍ନେହବୋଳା ମଧୁ ବାଣୀ
ଭରିଲା ଜୀବନେ ଅପୂର୍ବ ଆନନ୍ଦ
ପୂର୍ଣ୍ଣତା ଦେଲା ଆଣି ।

ତୁମରି ପଥକୁ ଅନୁସରି ଆଜି
ସମାଜେ ପାଉଛି ପୂଜା
ଜ୍ଞାନର ଆଲୋକ ବାଣ୍ଟୁଛି ଧରାରେ
ଉଡ଼ାଇ ବିଜୟ ଧ୍ବଜା ।

ଗୁରୁ ବିନା କେହି କୌଣସି କ୍ଷେତ୍ରରେ
ସଫଳ ହୋଇନି କେବେ
ଗୁରୁ ନିନ୍ଦା କରି ପାଇନି କେ ମୁକ୍ତି
ତରି ନାହିଁ ଏହି ଭବେ ।

ପୂଜ୍ୟ ଗୁରୁବର ଘେନ ବାରବାର
ଭକ୍ତିପୂତ ମୋ ପ୍ରଣତି
ତବ ଆଶିଷକୁ ଚାହିଁଥିବି ସଦା
କର ଯୋଡ଼ି ମଥାପାତି ।

ସଫିପୁର, କଟକ ସଦର, ମୋ – ୮୯୧୭୪୧୬୨୫୧

ଲେଖକ ପରିଚୟ

ଅଧୁନା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତା ହେଲେ ସାହିତ୍ୟ ପ୍ରତି ପ୍ରଗାଢ ଦୁର୍ବଳତା । ଛନ୍ଦବଦ୍ଧ ଏବଂ ମୁକ୍ତ ଛନ୍ଦ କବିତା ସହିତ ଧନ୍ଦା, ପ୍ରବନ୍ଧ ଏବଂ ଗଳ୍ପ ରଚନା କରେ । ବାଲ୍ୟକାଳରୁ ମାଟି ମନସ୍କତା, ଦେଶ ଓ ଜାତି ପ୍ରୀତି ମୋତେ ଏହି ଦିଗରେ ଅଗ୍ରସର ହେବା ପାଇଁ ପ୍ରେରଣା ଯୋଗାଇଛି । ବିଭିନ୍ନ ସାହିତ୍ୟ ଅନୁଷ୍ଠାନରୁ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ ହେବା ସହିତ ମୋର ୩ ଟି କବିତା ପୁସ୍ତକ ଏବଂ ଗୋଟିଏ ଶିଶୁ ଗଳ୍ପ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି ।

Related Posts

Leave a Reply

Your email address will not be published. Required fields are marked *