ଛବିରାମ ସେଠି

ହେ ପରମଗୁରୁ ପରମ ଈଶ୍ଵର
ତୁମ୍ଭେ ଯେ ବିଦ୍ୱାନ ଗୁରୁ
ମହାଚେତନାର ପରଂବ୍ରହ୍ମ ତୁମେ
ଜ୍ଞାନ ଜ୍ୟୋତି ମହାମେରୁ । (୧)

ଏକାଧାରେ ଥିଲ ମହାଜ୍ଞାନୀ ଗୁଣୀ
ଶିକ୍ଷାବିତ୍ ଦାର୍ଶନିକ
ସର୍ବପଲ୍ଲି ଭାବେ ରାଧାକ୍ରିଷ୍ଣନ୍ ନାମେ
ମହା ମେଧା ବିଚାରକ । (୨)

ରାଷ୍ଟ୍ରପତି ଭାବେ ଦେଶର ସେବାରେ
ବାଣ୍ଟିଛ ଆଲୋକ ଜ୍ୟୋତି
ଗଢିଛ ତୋଳିଛ ମାନବର ଲକ୍ଷ୍ୟ
ତ୍ୟାଗର ଜ୍ଵଳନ୍ତ ଶକ୍ତି । (୩)

ଦେଶ ମାତୃକାର ମଙ୍ଗଳ କାମନା
ବିଶ୍ଵଶାନ୍ତି ପ୍ରତିଷ୍ଠାରେ
ସାଧନା ଓ ତୁମ ତପସ୍ୟା ପାଇଁ କି
ଏ ସାରା ଭାରତ ଝୁରେ । (୪)

ଭାରତ ରତ୍ନରେ ଅଳଙ୍କୃତ ହେଲ
ସର୍ବଶ୍ରେଷ୍ଠ ପୁରସ୍କାର
ତୁମ୍ଭେ ସାରସ୍ଵତ ମହାନ ଶିକ୍ଷକ
ଗୁରୁ ଛାତ୍ର ଛାତ୍ରୀଙ୍କର । (୫)

ଜନ୍ମଦିନଟିକୁ ସମର୍ପି ଦେଇଛ
ଶିକ୍ଷକ ସମାଜ ପାଇଁ
ଆଜିର ଦିନରେ ପୁଣ୍ୟ ପ୍ଲାବନରେ
ଗୁରୁଶିଷ୍ୟ ଭାବ ନେଇ । (୬)

ଏତିକି ମିନତି ଗୁରୁ ରାଧାକୃଷ୍ଣ
ଆଶିଷ ଦିଅହେ ଢାଳି
ଅଜ୍ଞାନ ତମସା ଦୂର କରିଦେବୁ
ଜ୍ଞାନର ପ୍ରଦୀପ ଜାଳି । (୭)

ବାରଙ୍ଗ, କଟକ, ମୋ – ୯୮୬୧୬୦୬୧୪୮

ଲେଖକ ପରିଚୟ

ପିଲାଦିନୁ ରେଡ଼ିଓ ଶୁଣିବାକୁ ଭଲପାଏ । ସାହିତ୍ୟ ପ୍ରତି ଆଗ୍ରହ ବଢାଇଲା ୨୦୧୯ ମସିହା କରୋନା ସମୟ ଯାହାକି ମଣିଷ ଜୀବନ ପ୍ରତି ଥିଲା ଏକ ସତର୍କ ଘଣ୍ଟି । ଏହି ତାଲାବନ୍ଦ ସମୟର ମୂଲ୍ୟ ବୁଝିବାକୁ ଯାଇ ଅନୁଭୂତିର ଏକ କବିତା ଆରମ୍ଭ କରିଥିଲି, ଯାହା ପାଇଁ ଆଜି ନିଜେ ମୁଁ ଗର୍ବିତ । କବିତା ମୋର ପେସା ନୁହେଁ କେବଳ ନିଶା । କ’ଣ ଲେଖେ ମୁଁ କିଛି ଜାଣିପାରେ ନାହିଁ, ସବୁ ସେହି ଲୀଳାମୟଙ୍କ ଇଛା । ଜୟ ଜଗନ୍ନାଥ ।

Related Posts

Leave a Reply

Your email address will not be published. Required fields are marked *