ମମତାରାଣୀଙ୍କ ‘ଅଫେରା ବସନ୍ତ’ ଉନ୍ମୋଚିତ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକା ମମତାରାଣୀ ନାୟକଙ୍କ ରଚିତ ଗୀତିକବିତା ‘ଅଫେରା ବସନ୍ତ’ ଉନ୍ମୋଚିତ ହୋଇଛି । ଓଡି଼ଶା ସାମ୍ବାଦିକ ୟୁନିୟନ୍‍ ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ଉନ୍ମୋଚିତ ହୋଇଛି । ଅବସରପ୍ରାପ୍ତ ସିପିଏମ୍‍ଜି ସନ୍ତୋଷ କମିଲା, ସାହିତ୍ୟିକା ସଂଘମିତ୍ରା ମିଶ୍ର, ଅବସରପ୍ରାପ୍ତ ପ୍ରସନ୍ନ କୁମାର ଜେନା, କଣ୍ଠଶିଳ୍ପୀ ତଥା ଶିକ୍ଷାବିତ୍‍ ମିତାଲି ଚିନ୍ନାରା, ଅବସରପ୍ରାପ୍ତ ପ୍ରଶାସକ କୃପାସିନ୍ଧୁ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ବୀରେନ ଦାସ ପ୍ରମୁଖ ଯୋଗ ଦେଇଥିଲେ । ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଶାସକ ପ୍ରଣବ ଜ୍ୟୋତି ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *