ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଜନତା ମଇଦାନରେ ହେବ ସାମୟିକ ସଂଗ୍ରହାଳୟ

ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୩ ତାରିଖରୁ ୫ ତାରିଖ ମଧ୍ୟରେ ସ୍ଥାନୀୟ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ସେଠାରେ ୩ ଦିନ ଧରି ଅସ୍ଥାୟୀ ସଂଗ୍ରହାଳୟର ଆୟୋଜନ କରାଯିବ ବୋଲି ସୂଚନା ମିଳିଛି । ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ବିଜ୍ଞାନ ଓ ବୈଷୟିକ ବିଭାଗ ପ୍ରମୁଖ ଶାସନ ସଚିବଚିତ୍ରା ଅରମୁଗମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ, ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ଇପିକଲ ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ମିଳିଥିବା ସୂଚନାନୁଯାୟୀ ଏହି ଅସ୍ଥାୟୀ ସଂଗ୍ରହାଳୟରେ ରାଜ୍ୟ ସଂଗ୍ରାହଳୟ, ଆଦିବାସୀ ସଂଗ୍ରାହଳୟ, କଳାଭୂମି, ନୌବାଣିଜ୍ୟ ସଂଗ୍ରାହଳୟ, ରାଜ୍ୟ ଅଭିଲେଖଗାରରେ ଉପଲବ୍ଧ କଳା କୃତିମାନ ପ୍ରଦର୍ଶିତ ହେବ । ଏହା ଓଡ଼ିଆ ଜାତିର ଅସ୍ମିତା, ବୀରତ୍ୱ ଓ ସ୍ୱାଭିମାନର ଗାଥା କହିବା ସହିତ ଓଡ଼ିଶାର ପ୍ରାଚୀନ ପରମ୍ପରା ନିକଟତର କରିବ । ପ୍ରତ୍ୟେକ ଦିନ ସକାଳ ୧୧ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଏହି ସାମୟିକ ସଂଗ୍ରାହଳୟ ଖୋଲା ରହିବ । ଏଥିନିମନ୍ତେ ବ୍ୟାପକ ନିରାପତ୍ତା ବ୍ୟବସ୍ଥା କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି ।

Related Posts

Leave a Reply

Your email address will not be published. Required fields are marked *