ଯୁବ ସାହିତ୍ୟିକ ଶିବାଶିଷ ପାଢୀଙ୍କୁ ଅରଣ୍ୟା ବିଷୁବ ସମ୍ମାନ

ଭୁବନେଶ୍ଵର : ନିକଟରେ ସୁନ୍ଦରଗଡ଼ ଜିଲ୍ଲାରେ ଅରଣ୍ୟା ସାହିତ୍ୟ ଅନୁଷ୍ଠାନର ବିଷୁବ ମିଳନ ଅନୁଷ୍ଠିତ ହୋଇଯାଇଛି । ସେଠାକାର ବିରମିତ୍ର କ୍ଲବରେ ଏହି ଉତ୍ସବ ପାଳିତ ହୋଇଥିଲା । ଏହାସହିତ ଏକ କବିତା ଆସର ବି ସଂଘଠିତ ହୋଇଥିଲା । ଅରଣ୍ୟାର ପ୍ରତିଷ୍ଠାତା ସମ୍ପାଦକ ତଥା ଗାଳ୍ପିକ ରାଜକିଶୋର ଷଡଙ୍ଗୀ ବରିଷ୍ଠ ତଥା ଯୁବପିଢି ସାହିତ୍ୟିକଙ୍କୁ ନେଇ କହିଥିଲେ ଯେ ସାହିତ୍ୟ ଗତିଶୀଳ । ଉତ୍ସବର ମୁଖ୍ୟ ଅତିଥି ଅଧ୍ୟାପକ ଡ. ଶ୍ୟାମ ଭୋଇଙ୍କ କହିବାନୁସାରେ ସାହିତ୍ୟ ଲେଖକଙ୍କୁ ବିନମ୍ରତା ଶିଖାଏ ।

ସେହିପରି ଜଗତର କଲ୍ୟାଣ ସହ ସମସ୍ତଙ୍କୁ ଏକ ମନ, ଏକ ପରିବାର ସୂତ୍ରରେ ବାନ୍ଧି ରଖିବାକୁ ନେଇ ଆଲୋକପାତ କରିଥିଲେ ସମ୍ମାନିତ ଅତିଥି ରୂପେ ଉତ୍ସବରେ ଯୋଗ ଦେଇଥିବା ଅଧ୍ୟାପିକା ଡ. ସୌଦାମିନୀ ତ୍ରିପାଠୀ । ଅଧ୍ୟାପିକା ମିନତି ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ବିଶିଷ୍ଟ ଗୀତିକାର ଦୁର୍ଗାମାଧବ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ଵତ ସମାରୋହରେ ଚଳିତବର୍ଷର ‘ଅରଣ୍ୟା ବିଷୁବ ସମ୍ମାନ’ ଯୁବ ସାହିତ୍ୟିକ ଶିବାଶିଷ ପାଢୀଙ୍କୁ ପ୍ରଦାନ କରାଯାଇଥିଲା । ପରେ ପରେ କବି ଅଚ୍ୟୁତ ପୁରୋହିତ, ଗଣେଶ ତ୍ରିପାଠୀ ଓ ସସ୍ମିତା ଭୋଇଙ୍କ ସଂଯୋଜନାରେ କବିତା ଆସର ସଫଳ ରୂପାୟନ ନେଲା । ଏଥିରେ କବିତା ପଢିଥିବା କେତେଜଣ କବି ହେଲେ, ସୁଷମା ପଟେଲ, ଜୀବେଶ୍ଵରୀ ପଟେଲ, ସୌମ୍ୟ ମାହାକୁଡ଼, ରଞ୍ଜୁ ଠାକୁର, ଶୁଭଶ୍ରୀ ରାୟ, ମାନରାଣୀ ସହାୟ, ରାମେଶ୍ଵର ପଟେଲ, ଲୋପମୁଦ୍ରା ମିଶ୍ର, ସୁଶାନ୍ତ ପଣ୍ଡା, ପ୍ରତିମା ମିଶ୍ର, ଅର୍ଜୁନ ତାଣ୍ଡିଆ, ବ୍ରଜ ସାହୁ, ପୁଷ୍ପଲତା ପାଣିଗ୍ରାହୀ, ସୁରଭି ପଟେଲ, ଅଶ୍ଵିନୀ ମିଶ୍ର, ନିତମ୍ବିନୀ କର, ପ୍ରସାଦୀ ସାହୁ, ଉଦିତ ପ୍ରସାଦ, ଶୁଭମ ନାୟକ ଇତ୍ୟାଦି । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଯୁବ ଗାଳ୍ପିକ ବିବିଧ ବିଶ୍ଵ ।

Related Posts

Leave a Reply

Your email address will not be published. Required fields are marked *