ଭାରତୀୟ ସେନା ତୁହି

ଭବାନୀ ଶଙ୍କର ନାଥ


ତୁ ଯୋଦ୍ଧା ତୁ ହାରିବୁ ନାହିଁ
ତୁ ବୀର ତୁ ଡରିବୁ ନାହିଁ
ପ୍ରବଳ ପ୍ରତାପୀ ତୋର ପୁର୍ବଜ
ତୋର ଶତ୍ରୁ ପାଶେ ଭୀତ ନାହିଁ ।

ତୁ ଯୋଦ୍ଧା ତୁ ହାରିବୁ ନାହିଁ …

ଗୁଳିଗୋଳା ବୋମା କର୍କଶ ଗର୍ଜନ
ମାଟି ମାଆ ଆଜି କରୁଛି ରୋଦନ
ବଇରୀ ଛାତିକୁ କରିବାକୁ ବିଦ୍ଧ
ଦଉ ତତେ ଶକ୍ତି ସେହି ପରମବ୍ରହ୍ମ ।

ଦେଖିବ ବିଜୟ ଏ ସାରା ସଂସାର
ଭାରତୀୟ ସେନା ତୁହି ।

ତୁ ଯୋଦ୍ଧା ତୁ ହାରିବୁ ନାହିଁ
ତୁ ବୀର ତୁ ଡରିବୁ ନାହିଁ ।

ସାମନ୍ତରାପୁର, ତିର୍ତ୍ତୋଲ, ଜଗତସିଂହପୁର

ଲେଖକ ପରିଚୟ

ପନ୍ଦର ବର୍ଷ ବୟସରୁ ହିଁ କବିତା ଓ କ୍ଷୁଦ୍ର ଗଳ୍ପ ଲେଖାରେ ପାରଦର୍ଶିତା ହାସଲ କରିଥିଲେ ଲେଖକ ମହାଶୟ । କ୍ଷୋବର ବିଷୟ ଏହିକି ଯେ ସେସବୁକୁ ପ୍ରକାଶିତ କରିବାର କୌଣସି ସୁଯୋଗ ତାଙ୍କୁ ମିଳି ପାରିନାଇଁ । ତଥାପି ସେ ଅବିରତ ଲେଖି ଚାଲିଛନ୍ତି ନିଜର ଆତ୍ମ ସନ୍ତୋଷ ନିମନ୍ତେ ।

Related Posts

Leave a Reply

Your email address will not be published. Required fields are marked *