ଯୁବ କବି ମହିମା ଗନ୍ତାୟତଙ୍କୁ ଶ୍ରେଷ୍ଠ କବି ପୁରସ୍କାର

ଭୁବନେଶ୍ଵର : ମୁମ୍ବାଇ ସ୍ଥିତ ଦେଶର ଅନ୍ୟତମ ପ୍ରସିଦ୍ଧ ପ୍ରକାଶନ ସଂସ୍ଥା ପୋଏଟିକ୍ ଏସେନ୍ସ ପ୍ରକାଶନ ଦ୍ୱାରା ଗତ ଜାନୁଆରୀ ୨୦୨୫ରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରତିଭା ପୁରସ୍କାର ୨୦୨୪ ପ୍ରତିଯୋଗିତାରେ ରାୟଗଡ଼ାର ଯୁବ ଲେଖିକା ମହିମା ଗନ୍ତାୟତ ଇଂରାଜୀ ବର୍ଗରେ ଶ୍ରେଷ୍ଠ କବି ଭାବରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ସୃଜନଶୀଳ ସାହିତ୍ୟରେ ଏହି ସଫଳତା ପାଇଁ, ସେ ଅନୁଷ୍ଠାନ ଦ୍ୱାରା ସାକ୍ଷାତକାର ପାଇଁ ଯୋଗ୍ୟା ହେବା ସହ ପ୍ରମାଣପତ୍ର ଏବଂ ସ୍ମାରକୀ ପାଇଛନ୍ତି।
ସ୍କୁଲ ଜୀବନରୁ ଉଭୟ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ସୃଜନଶୀଳ ଲେଖାରେ ନିୟୋଜିତା ମହିମା, ବିଭିନ୍ନ ପତ୍ରିକାରେ ନିୟମିତ ଭାବରେ ପ୍ରକାଶିତା ହୋଇ ଏବଂ ଅନେକ ସୃଜନଶୀଳ ପ୍ରତିଯୋଗିତା ମାନଙ୍କରେ ପୁରସ୍କୃତା ହୋଇ ଜଣେ ଯୁବ ଲେଖିକା ଭାବରେ ନିଜ ପାଇଁ ଏକ ସମ୍ମାନଜନକ ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କର ଅସାଧାରଣ ବକ୍ତୃତା ପ୍ରଦାନ ଦକ୍ଷତା ପାଇଁ ଜଣାଶୁଣା, ମହିମା ବର୍ତ୍ତମାନ ଦ୍ୱାଦଶ ଶ୍ରେଣୀ (କଳା) ଛାତ୍ରୀ, ଏବଂ ବିଭିନ୍ନ ବିତର୍କ, କବିତା ଆବୃତ୍ତି ଇତ୍ୟାଦି ପ୍ରତିଯୋଗିତା ମାନଙ୍କରେ ନିଜର ଉତ୍କର୍ଷ ପ୍ରମାଣ କରି ସେ ଅଧ୍ୟୟନ ରତା ରାୟଗଡ଼ା ମହିଳା କଲେଜକୁ ଗୌରବ ମଣ୍ଡିତ କରି ଆସୁଛନ୍ତି୍ ।

Related Posts

Leave a Reply

Your email address will not be published. Required fields are marked *