ସୁଶ୍ରୀ ଉଷାରାଣୀ ସାହୁ

ତୁମେ ଫର୍ଚ୍ଚା ଆକାଶର ପୂର୍ଣ୍ଣମୀ ଚାନ୍ଦ ହୁଅ କି
ଅମାବାସ୍ୟା ପର ନୀରବତା !
ମୁଁ ତ ସେଇ ଖୋଲା ଆକାଶ
ଯିଏ ନିତି ତୁମ ଅପେକ୍ଷାରେ ଥାଏ ।

ତୁମେ ସମାଜର ଦର୍ପଣ ସାହିତ୍ୟ ହୁଅ କି
ଅତୀତର ସାକ୍ଷୀ ଇତିହାସ ହୁଅ
ମୁଁ ତ ସେଇ ବିଜ୍ଞାନର ବିଷୟଟେ
ଯିଏ ବାସ୍ତବତାରେ ବିଶ୍ୱାସ ରଖେ ।

ତୁମେ ଚିତ୍ରକାରର କାନଭାସ୍ ହୁଅ କି
କବିତାର ଗୋଲାପି ଫର୍ଦ୍ଦ ହୁଅ
ମୁଁ ତ ସେଇ ଅଲିଭା ରଙ୍ଗ
ଯିଏ ତୁମ ଦେହରେ ବୋଳି ହେବାକୁ ଚାହେଁ ।

ତୁମେ ଦୂରଦିଗବଳୟର ଅସ୍ତଗମୀ ସୂର୍ଯ୍ୟ ହୁଅ କି
ଧୀର ସଞ୍ଜର ଧ୍ରୁବତାରା ହୁଅ
ମୁଁ ତ ସେଇ ଝରା ତାରାଟିଏ
ଯିଏ ନିଜେ ଝରି ତୁମର ସବୁ ସ୍ୱପ୍ନ ପୁରା କରିବାକୁ ଚାହେଁ ।

ତୁମେ ସୀମାହୀନ ସାଗର ହୁଅକି
ପର୍ଯ୍ୟାପ୍ତ ପୋଖରୀ ହୁଅ
ମୁଁ ତ ସେଇ ଜଳଧାରାଟିଏ
ଯିଏ ତୁମ ବକ୍ଷରେ ଜାଗାଟେ ଚାହେଁ ।

ତୁମେ ଅସରନ୍ତି ବାଟ ହୁଅକି
ସରନ୍ତି ସମୟ ହୁଅ
ମୁଁ ତ ସେଇ ଅଭିସାରିକାଟିଏ
ଯିଏ ତୁମକୁ ନିତି ଝୁରେ ।

ଖଲିକୋଟ ବିଶ୍ଵବିଦ୍ୟାଳୟ, ଦୂରଭାଷ : ୭୯୭୮୫୦୦୧୭୨

ଲେଖକ ପରିଚୟ

ପିତାଙ୍କ ପଦାଙ୍କୁ ଅନୁସରି ଛୁଆବେଳୁ ଲେଖାଲେଖି ପ୍ରତି ଆଗ୍ରହ ରଖିଛନ୍ତି । ବର୍ତ୍ତମାନ ଖଲିକୋଟ ଏକକ ବିଶ୍ଵବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ସ୍ନାତକ ତୃତୀୟ ବର୍ଷର ଛାତ୍ରୀ । ତାଙ୍କର ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ।

Related Posts

Leave a Reply

Your email address will not be published. Required fields are marked *