ଜ୍ଞାନ ହୋତାଙ୍କ ‘ମାନସ ପଦାବଳୀ’ ଉନ୍ମୋଚିତ

ଭୁବନେଶ୍ୱର : କଟକ ସାରଳା ଭବନରେ ପ୍ରିୟସଖା ଅନୁଷ୍ଠାନ ପକ୍ଷରୁ ଜ୍ଞାନ ହୋତାଙ୍କ ଦ୍ଵାରା ଗୋସ୍ଵାମୀ ତୁଳସୀ ଦାସ କୃତ ‘ଶ୍ରୀରାମଚରିତ ମାନସ’ର ମର୍ମାନୁବାଦ ‘ମାନସ ପଦାବଳୀ’ ଉନ୍ମୋଚିତ ହୋଇଯାଇଛି । ଏଥିସହିତ ଜ୍ଞାନ ହୋତାଙ୍କ ୟୁଟ୍ୟୁବ ଚ୍ୟାନେଲ ‘ରାମକଥା ଆମକଥା’ ମଧ୍ୟ ଲୋକାର୍ପିତ ହୋଇଛି । ସୁସଜ୍ଜିତ ମଣ୍ଡପରେ ଶିବଧନୁ ଭଗ୍ନ ଏବଂ ସୀତା ବିବାହ କଥାବସ୍ତୁ ଆଧାରରେ ସେ ସମୟରେ ରାମକଥା ଏବଂ ବର୍ତ୍ତମାନ ସମୟରେ ଆମକଥାକୁ ଅତି ସରଳ ଓ ସାବଲୀଳ ଭାବରେ ‘ମାନସ ପଦାବଳୀ’ର ସ୍ରଷ୍ଟା ଶ୍ରୀ ହୋତାଙ୍କ ଉପସ୍ଥାପନା ଦର୍ଶକଙ୍କୁ କିଛି ସମୟ ପାଇଁ ରାମମୟ କରିଦେଇଥିଲା । ଦର୍ଶକମାନେ ମଧ୍ୟ ରାମକଥା ଓ ଆମକଥାକୁ ଖୁବ ଉପଭୋଗ କରିଥିଲେ ।

ସୂଚନାଥାଉ ଯେ ପ୍ରିୟସଖା ଅନୁଷ୍ଠାନ ପକ୍ଷରୁ ଡାକ୍ତର ଅମୀୟ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଶରତ ନାୟକ, କଣ୍ଠଶିଳ୍ପୀ ପଦ୍ମାବତୀ ଦ୍ଵିବେଦୀ ଏବଂ ତନ୍ମୟ ହୋତା କଣ୍ଠଦାନ କରିଥିଲେ । ପ୍ରିୟବ୍ରତ ପଣ୍ଡା ମଞ୍ଚ ସଞ୍ଚାଳନ କରିଥିଲେ । ସୁସମ୍ପଦ ହୋତା, ବିଭୁ ମିଶ୍ର, ଭବାନୀ ମିଶ୍ର, ରାଜେଶ ଜୈନ ଏବଂ ବ୍ୟଙ୍ଗ କବି ଧର୍ମଛଡ଼ା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *