ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ‘ବିଶ୍ଵ କବିତା ଦିବସ’ ପାଳିତ

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ବିଶ୍ଵ କବିତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ତଥା ବରିଷ୍ଠ କବି ରଞ୍ଜନ କୁମାର ଦାସ ଉଦ୍‌ଘାଟକ ଭାବେ ଯୋଗଦେଇଥିଲେ । ସାମ୍ପ୍ରତିକ କବିତା ଯେଉଁଭଳି ପାଠକୀୟ ଆଦୃତ ପାଇବା କଥା ସେଥିରୁ ବଞ୍ଚିତ ହେଉଥିବା ବେଳେ ସବୁବେଳେ ହୃଦୟକୁ ଛୁଇଁ ପାରୁଥିବା କବିତା ବହୁ ଅସାମାହିତ ପ୍ରଶ୍ନର ଉତ୍ତର ଦେଇପାରେ ଓ କବିତାକୁ ନେଇ ଆଭିମୁଖ୍ୟ ବଦଳିବା ଦରକାର ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ବରିଷ୍ଠ ଶିକ୍ଷାବିତ୍, କବି ତଥା ସୁସମାଲୋଚକ ଦିଲ୍ଲୀପ କୁମାର ସ୍ୱାଇଁ ତାଙ୍କ ବକ୍ତବ୍ୟରେ କବିତା ହେଉଛି ଜୀବନର ପ୍ରକୃତ ସତ୍ୟତା ବୋଲି ମତ ଦେବା ସହ ନିର୍ବିକଳ୍ପ ଜୀବନର ଅଧିକାରୀ କବି ସବୁବେଳେ କଠିନ ସାଧନା ବଳରେ କବିତାର ଶକ୍ତି ଓ ସମ୍ମୋହନ ଜରିଆରେ ସମାଜରେ ବ୍ୟାପକ ପରବର୍ତ୍ତିନ ଆଣିବାରେ ସମର୍ଥ ହୋଇପାରେ ବୋଲି କହିଥିଲେ ।

ଏହି ଅବସରରେ ଅବିନାଶ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ସ୍ଵରଚିତ କବିତାମାନ ପାଠ କରିଥିଲେ ଏବଂ ବିଶ୍ଵବିଦ୍ୟାଳୟରେ କବିତାକୁ ନେଇ ଏକ ବିଶେଷ ପ୍ରାଚୀନ ପ୍ରତ୍ରିକାକୁ ଅତିଥିମାନେ ଉନ୍ମୋଚିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କୂଳସଚିବ ଅନାମିକା ଅଧିକାରୀ ବିଶ୍ଵକବିତା ଦିବସର ପ୍ରାସଙ୍ଗିକତା ସମ୍ପର୍କରେ ସୂଚନା ଦେଇଥିବା ବେଳେ ଆଶିଷ ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଜ୍ଞାନ ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭାଗୀୟ ମୁଖ୍ୟ ଚକ୍ରଧର ବେହେରା ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *