ସ୍ଵ ଅର୍ଥରେ ‘ଆମେ’

ସୁଶ୍ରୀ ଶିବାନୀ ଦାସ

ଏବେ ତ ଆମେ ସବୁ ଈଶ୍ଵରଙ୍କୁ
ବେଶୀ ବେଶୀ ସ୍ମରଣ କରୁଛୁ !
‘ମୁ୍ଁ-ମୁଁ’ ‘ମୋର-ମୋର’ ରେ
ସମୃଦ୍ଧ ଆମେମାନେ ବିଭୁ ଭିକ୍ଷ୍ୟୁ ସାଜି ଅଛୁ ।

ଚଳନ୍ତି ଜଡ଼ମାନେ ଆମେ
ପଥର ହୃଦୟ ନେଇ
କାଷ୍ଠ-ପାଷାଣ ମୂର୍ତ୍ତିରୁ ‘ଭକ୍ତି’ର ଦ୍ଵାହି ଦେଇ
ଅଲୌକିକତା ଲୋଡୁଅଛୁ !
‘ମଣିଷତ୍ଵକୁ ଶ୍ଵାସରୁଦ୍ଧ କରି…’
କର୍ମ-ଅକର୍ମର ଭାଗଶେଷ ରୂପେ
ଅମୃତ ଫଳକୁ ଆଶା ବାନ୍ଧିଛୁ ।

ଏତେ’ ହାହାକାର ଭିତରେ ବି
ମୁଁ’ ଆଉ ମୋର’ ମାନେ ଜ୍ଞାତ ଅଜ୍ଞାତରେ
ସୃଷ୍ଟି ଆଉ ସ୍ରଷ୍ଟାକୁ ଛଳିବାର ପ୍ରୟାସ ଜାରି ରଖିଛୁ,
ଏବେତ ଈଶ୍ଵରଙ୍କୁ ଆମେ ବେଶୀ ବେଶୀ ଖୋଜୁ ଅଛୁ ।

ପୁରୀ, ଇ-ମେଲ୍ : say2shibanee@gmail.com

ଲେଖକ ପରିଚୟ

ଜଣେ ଲେଖିକା ବୋଲି ନିଜକୁ ଭାବିବାକୁ ସାହସ କେବେ କରିନି । ଯେବେଠୁ ଶବ୍ଦର ଅର୍ଥ କିଛିଟା ବୁଝିଲି, ସେବେଠୁ ଲେଖୁଚି । ଛୋଟବେଳେ ଭଜନ ଓ ଜଣାଣରୁ ମୋ ଲେଖାର ଆରମ୍ଭ, ଯାହା ମନକୁ ଆସେ ଠାକୁର’ଙ୍କୁ ଲେଖିଦିଏ । ତାପରେ ଧିରେଧିରେ ଲେଖାର ରୂପ ବଦଳିଛି । ଲେଖାରେ କଳ୍ପନା ଅପେକ୍ଷା ଅନୁଭବ ଓ ଯନ୍ତ୍ରଣାର ଛାପ ଅଧିକ ଥାଏ । ଦୁନିଆର ଅସ୍ପଷ୍ଟ ବାସ୍ତବତାରୁ ଯେତିକି ଯାହାବୁଝିଛି’ ଲେଖେ । କିଛି ପତ୍ରିକା, ଈ-ପତ୍ରିକାରେ ପ୍ରକାଶ ବି ପାଇଛି । ଆଧ୍ୟାତ୍ମିକ ଓ ଜୀବନଧର୍ମୀ ଲେଖା ମୋତେ ଶାନ୍ତି ଦିଏ । ଏଯାବତ୍ ନିଜ ପାଇଁ ହିଁ ଲେଖି ଆସୁଚି ମୁଁ, ନିଃଶବ୍ଦ ରହି ଭାବ ପ୍ରକାଶର ଉତ୍ତମ ମାଧ୍ୟମ ଭାବି । ପାଠକଙ୍କ ଦ୍ଵାରା କିଛି ଗ୍ରହଣୀୟ ଆଉ କିଛି ପ୍ରତ୍ୟାଖ୍ୟାନ ବି ହୁଏ ।

Related Posts

Leave a Reply

Your email address will not be published. Required fields are marked *