ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ସମ୍ପାଦନା, ବନାନ ଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାରଏକ ପାଞ୍ଚ ଦିନିଆ ‘ସମ୍ପାଦନା, ବନାନ ଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ଶିବିର ଉଦ୍‌ଘାଟିତ ହୋଇଛି । ଆଜିଠାରୁ ଆରମ୍ଭ ହୋଇ ୧୯ ତରିଖ ପର୍ଯ୍ୟନ୍ତ ଚାଲିବାକୁ ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୮୦ ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଛନ୍ତି ।

ପ୍ରତିଷ୍ଠାନର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବାବେଳେ ଏକାଡ଼େମୀର ସଭାପତି ହୃଷୀକେଶ ମଲ୍ଲିକ ଓ ନାରାୟଣ ସାହୁ ପ୍ରଶିକ୍ଷକ ଭାବେ ଯୋଗଦାନ କରି ସମ୍ପାଦନା ଓ ବନାନ ଶୁଦ୍ଧି ସମ୍ପର୍କରେ ନିଜସ୍ୱ ମତ ପ୍ରଦାନ କରିଥିଲେ । ପରବର୍ତ୍ତୀ ଦିନରେ ଦାଶ ବେନହୁର, ପ୍ରସନ୍ନ କୁମାର ମହାନ୍ତି, ପ୍ରମୋଦ କୁମାର ପରିଡ଼ା, ସ୍ମୃତିରଞ୍ଜନ ମିଶ୍ର, ବସନ୍ତ କୁମାର ପଣ୍ଡା, ହରପ୍ରସାଦ ମିଶ୍ର, ଦେବାଶିଷ ମହାପାତ୍ର ଓ ରମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ପ୍ରଶିକ୍ଷକ ଭାବରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।

Related Posts

Leave a Reply

Your email address will not be published. Required fields are marked *