ପାନ୍ଥଶାଳାର ପ୍ରଶ୍ନ

ବିକାଶ କୁମାର ସାହୁ

ମୁଁ ପାନ୍ଥଶାଳା,
ମୁଁ ନିରବଦ୍ରଷ୍ଟା,
ମୁଁ ଦେଖିଛି …..!
କଳଙ୍କିତ ପଥର ପଥିକ /
ଅନେକ ନିରୀହ ଚେହେରା !

ପଥକ୍ଲାନ୍ତି ମେଣ୍ଟାଉ ମେଣ୍ଟାଉ –
ଯୁଗଳଙ୍କ ;
ଦେହ ଦେହ ଆବଣ୍ଟନର,
ସାଜିଛି ବି ରଙ୍ଗଶାଳା l
ମୁଁ ଦେଖିଛି….. !
ମୁଁ ନିଜେ ପାନ୍ଥଶାଳା ll

ନାରୀ ସ୍ୱାଧୀନତା କହୁଥିବା,
ପୁରୁଷର ବଡ଼ ବଡ଼ ଚେହେରା !
ରାମ୍ପୁଡ଼ି ଖାଉଥିବା ତରୁଣୀର-
ଯୌବନ ବୟସ;
ସାଥେ ସାଥେ,
ମଦ ମାଂସର ପସରା l
ମୁଁ ଦେଖିଛି…… !
ମୁଁ ନିଜେ ପାନ୍ଥଶାଳା ll

ଭିକ ମାଗି-ନମିଲିଲେ,
ପେଟ ଭର୍ତ୍ତି ପାଣି ସାଥେ,
ଆକୁଳ ବେଦନା ସହ
ଦେହର ଆଶ୍ରୟ,
ଅଗଣାରେ ମୋର l
ମୁଁ ଦେଖିଛି….. !
ମୁଁ ନିଜେ ପାନ୍ଥଶାଳା ll

ମୋତେ ଆଜି ଲାଗେ, “ସ୍ୱାଧୀନତା”,
-ସବୁ ପରାଧୀନ l
ବିଶ୍ୱାସର ଦେହେ ମଣିଷ,
ସ୍ୱାର୍ଥ ରଚେ ଏଠି l
ବାହାସ୍ଫଟ ମଞ୍ଚରେ ବହୁ,
ନାରୀ ପରାଧୀନ l
ଆମେ କ’ଣ ହେଇଛୁ,
ସତରେ ସ୍ୱାଧୀନ…..??

ନିଜ ସାଥେ ସମାଜକୁ,
ମୁଁ କରେ ଏମିତି ସବୁ ପ୍ରଶ୍ନ l
ମୂକସାକ୍ଷୀ ରୂପେ ଏଠି,
ସ୍ଥାଣୁ ମୋ ଜୀବନ l
ନିଜକୁ ନିଜେ ମଣେ ଆଜି,
ନିଜେ ପରାଧୀନ ll

ଗ୍ରା/ପୋ -ତରାପୁର, ଭାୟା-ଧର୍ମଗଡ଼, ଜିଲ୍ଲା-କଳାହାଣ୍ଡି, ୭୬୬୦୧୫, ମୋବାଇଲ – ୯୯୩୭୯୧୯୨୩୭

ଲେଖକ ପରିଚୟ

ମୁଁ ଜଣେ ସମାଜ ସେବକ ତଥା ସାହିତ୍ୟକୁ ଭଲପାଉଥିବା ମଣିଷ l ଏଯାଏଁ ମୋର କବିତାମାନ ବିଭିନ୍ନ ପତ୍ର-ପତ୍ରିକାରେ ପ୍ରକାଶିତ ହୋଇଛି l

Related Posts

Leave a Reply

Your email address will not be published. Required fields are marked *