ଦୂତୀ ଚାନ୍ଦଙ୍କ କାହାଣୀ

ବହି: ଫିଅର୍ସଲି ଫିମେଲ: ଦି ଦୂତୀ ଚାନ୍ଦ ଷ୍ଟୋରୀ
ଲେଖକ: ସନ୍ଦୀପ ମିଶ୍ର
ପ୍ରକାଶକ: ୱେଷ୍ଟଲାଣ୍ଡ ବୁକ୍ସ, ଜୁନ ୨୦୨୧

ସାରା ଭାରତ ଆଶା କରିଥିଲା ଦୂତୀ ଚାନ୍ଦଙ୍କ ଉପରେ – ଟୋକିଓ ଅଲିମ୍ପିକ୍ସରେ ଶହେ ମିଟର ଦୌଡ଼ରେ ହୁଏତ ସେ ପଦକ ଆଣିବେ କିମ୍ବା ଅନ୍ତତଃ ପ୍ରଥମ ୧୦ ଜଣଙ୍କ ଭିତରେ ରହିବେ । ଦୂତୀ କିନ୍ତୁ ହତାଶ କଲେ । ମୋଟ୍ ୫୪ଜଣ ପ୍ରତିଯୋଗୀଙ୍କ ଭିତରେ ତାଙ୍କ ସ୍ଥାନ ଥିଲା ୪୫ । ୧୧.୫୪ ସେକେଣ୍ଡ୍ରେ ସେ ୧୦୦ ମିଟର ଦୌଡ଼ିଲେ । ତାଙ୍କର ଜାତୀୟ ରେକର୍ଡ ଥିଲା ୧୧.୧୭ ସେକେଣ୍ଡ୍ ।

ଟୋକିଓ ଅଲିମ୍ପିକ୍ସରେ ସିନା ସେ ଭଲ ପ୍ରଦର୍ଶନ କରିପାରିଲେ ନାହିଁ, କିନ୍ତୁ ଦୂତୀ ଚାନ୍ଦ ଜଣେ ଅସାଧାରଣ ଖେଳାଳି । ତାଙ୍କ ଜୀବନ ବଡ଼ ନାଟକୀୟ ।

ଯାଜପୁର ଜିଲ୍ଲାର ଏକ ଛୋଟ ଗାଁରେ ତାଙ୍କର ଜନ୍ମ । ଦାରିଦ୍ର୍ୟ, ଉପଯୁକ୍ତ ପ୍ରଶିକ୍ଷଣ ଅଭାବ ସତ୍ତ୍ୱେ ସେ ଭାରତର ପ୍ରମୁଖ ଖେଳାଳିମାନଙ୍କ ଭିତରେ ଜଣେ ହୋଇପାରିଛନ୍ତି । ବହୁତ କମ୍ ବୟସରୁ ସେ ଦୌଡ଼ିବା ଆରମ୍ଭ କରିଥିଲେ । ତାଙ୍କ ଆଗରେ ଆଦର୍ଶ ଥିଲେ ତାଙ୍କ ବଡ଼ ଭଉଣୀ ସରସ୍ୱତୀ । ସେ ରାଜ୍ୟସ୍ତରରେ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଉଥିଲେ । ୨୦୦୬ରେ ଦୂତୀ ଓ ତାଙ୍କ ବଡ଼ ଭଉଣୀ ଦୁହେଁ ସରକାରଙ୍କ ସ୍ପୋର୍ଟସ ହଷ୍ଟେଲରେ ଯୋଗ ଦେଲେ । ୨୦୧୨ରେ ଦୂତୀ ଚାନ୍ଦ ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ହେଉଥିବା ଖେଳରେ ଜାତୀୟ ଚାମ୍ପିଅନ ହେଲେ । ୧୦୦ମିଟର ଦୂରତାକୁ ସେ ୧୧.୮୫ ସେକେଣ୍ଡ୍ରେ ପୂର୍ଣ୍ଣ କଲେ ।

ତାଙ୍କର ନାଟକୀୟ ଉତ୍ଥାନର ଇଏ ଥିଲା ଆରମ୍ଭ । ଏହାପରଠୁ ସେ ଅନେକ ଜାତୀୟ ଏବଂ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ତା’ ଭିତରେ ଏସିଆନ୍ ଗେମ୍ସ, ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ, ଏସିଆନ୍ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପ, ନାସନାଲ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପ- ଏ ସବୁଥିରେ ସେ କୃତିତ୍ୱ ଅର୍ଜନ କଲେ ।

କିନ୍ତୁ ତାଙ୍କର ଉତ୍ଥାନରେ ହଠାତ ପ୍ରତିବନ୍ଧକ ଆସିଲା । ଆଥ୍ଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆ ତାଙ୍କୁ ୨୦୧୪ କମନୱେଲଥ୍ ଗେମ୍ସରେ ଭାଗ ନେବାରୁ ବାରଣ କଲେ । କାରଣ ଥିଲା- ସେ ପୁରୁଷ କି ମହିଳା ତା’ ଉପରେ ସନ୍ଦେହ । ଦୂତୀଙ୍କୁ ସେତେବେଳେ ୧୯ ବର୍ଷ ବୟସ । ସେ ବୟସରେ ଏମିତି ଏକ ଦାରୁଣ ଧକ୍କା ହୁଏତ ତାଙ୍କୁ ସବୁଦିନ ପାଇଁ ଖେଳ ଦୁନିଆରୁ ବାହାର କରିଦେଇଥାନ୍ତା । କିନ୍ତୁ ଦୂତୀ ଅଲଗା ଧାତୁରେ ଗଢ଼ା ।

ଦୂତୀ କୋର୍ଟ ଅଫ୍ ଆରବିଟ୍ରେସନ ଫର ସ୍ପୋର୍ଟ(ସିଏଏସ) ପର୍ଯ୍ୟନ୍ତ ମାମଲାକୁ ନେଇ ଗଲେ । ସେଠି ଇଣ୍ଟରନେସନାଲ ଆସୋସିଏସନ ଅଫ୍ ଆଥଲେଟିକ୍ସ ଫେଡେରେସନ୍ସ ତାଙ୍କ କଥା ଶୁଣିଲେ । ଆଉ ୨୦୧୫ରେ ହାଇପର ଆଣ୍ଡ୍ରୋଜୋନିଜିମ ନୀତିକୁ ପରିବର୍ତ୍ତନ କରାଗଲା ।

ତା’ ପରଠୁ ଦୂତୀ ଆହୁରି ମନୋଯୋଗ ଦେଇ ଖେଳି ଚାଲିଲେ । ନାପୋଲିରେ ସମର ୟୁନିଭର୍ସସିଟି ପ୍ରତିଯୋଗିତାରେ ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ପାଇଲେ । ଏ ପଦକ ପାଇବାରେ ସେ ପ୍ରଥମ ଭାରତୀୟ ମହିଳା ।

ଏଇ ସମୟକାଳରେ ଦୂତୀ ଆଉ ଏକ ଚମକ ଦେଲେ । ଆଉ ଜଣେ ଝିଅ ସହ ତାଙ୍କର ସମ୍ପର୍କ ରହିଛି ବୋଲି ଖୋଲାଖୋଲି ଭାବରେ କହିଲେ । ଭାରତୀୟ ପ୍ରତିଯୋଗୀମାନଙ୍କ ଭିତରୁ ଦୂତୀ ଚାନ୍ଦ ହେଉଚନ୍ତି ପ୍ରଥମ ମହିଳା ଯିଏ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ଜନସାଧାରଣଙ୍କ ସାମ୍ନାକୁ ଆଣିଲେ । ୨୦୧୮ ବେଳକୁ ସୁପ୍ରିମକୋର୍ଟ ସେକ୍ସନ-୩୭୭(ଅପ୍ରାକୃତିକ ଯୌନ ସମ୍ପର୍କ ବିଷୟରେ ଯେଉଁ ଆଇନ ଥିଲା)କୁ ଖାରଜ କରିସାରିଥିଲେ । ତେଣୁ ଆଇନ୍ଗତ ଦିଗୋର ଅସୁବିଧା କିଛି ନଥିଲା । ହେଲେ ଭାରତୀୟ ସାମାଜିକ ମାନସିକତାରେ ଏହା ଏକ ଝଡ଼ ସୃଷ୍ଟି କରିଥିଲା । ଅନେକ କହନ୍ତି, ଆଧୁନିକତା ଆଡ଼କୁ ଏହା ଏକ ବଳିଷ୍ଠ ପଦକ୍ଷେପ । ଦୂତୀ ଏ ଦିଗରେ ପଥିକୃତ । ଅନେକ ଏଥିରେ ଭିନ୍ନ ମତ ପୋଷଣ କରନ୍ତି । କିନ୍ତୁ କଥା ହେଲା ଯେ, ସତକୁ ସାମ୍ନାକୁ ଆଣିବାର ସାହସ ଦୂତୀଙ୍କର ଥିଲା ।

ଦୂତୀଙ୍କ ଜୀବନ, ତାଙ୍କର ଉତ୍ଥାନ, ପୁଣି ପତନ ଏବଂ ପୁଣି ଉତ୍ଥାନ ନାଟକୀୟ । ଏତେ ନାଟକୀୟ ଯେ ତାଙ୍କ ଜୀବନ, ବାସ୍ ସମୟକୁ ଅପେକ୍ଷା କରିଥିଲା, ଯେତେବେଳେ ଜଣେ ଲେଖକ ତାଙ୍କ କଥାକୁ ବହିରେ ଲେଖିବେ, ସିନେମା କରିବେ।

ସାମ୍ବାଦିକତାରୁ କ୍ରୀଡ଼ା ଲେଖନୀ କ୍ଷେତ୍ରକୁ ଆସିଥିବା ସନ୍ଦୀପ ମିଶ୍ର ତାହା କଲେ । ଟୋକିଓ ଅଲମ୍ପିକର ଠିକ୍ ପୂର୍ବରୁ ପ୍ରକାଶିତ ହେଲା- ଫିରଅର୍ସି ଫିମେଲ୍ । ଦୂତୀଙ୍କ କାହାଣୀ ।

ସନ୍ଦୀପ ଏହା ପୂର୍ବରୁ ବେଶ୍ କେତୋଟି ବହି ଲେଖିଛନ୍ତି । ହକି ଖେଳାଳି ଧନରାଜ ପିଲ୍ଲେଙ୍କର ଜୀବନୀ ‘ଫରଗିଭ ମି ଅମ୍ମା’ ଲେଖିଛନ୍ତି ସେ। ପୃଥିପାଲ ସିଂହଙ୍କ ଉପରେ ଗୋଟେ ଡକୁମେଣ୍ଟାରୀ କରିଛନ୍ତି । ତାଛଡ଼ା ଏକ ଫିଚର ଫିଲ୍ମ ବି ତିଆରି କରିବା ପାଇଁ ଯାଉଛନ୍ତି । ବେଷ୍ଟ୍ ଅଫ୍ ଇଣ୍ଡିଆନ ସ୍ପୋର୍ଟସ ରାଇଟିଂ ବୋଲି ଏକ ବହି ସେ ସଙ୍କଳନ କରିଛନ୍ତି। କ୍ରୀଡ଼ା ସାମ୍ବାଦିକ ଭାବେ ସେ ‘ଇଣ୍ଡିଆନ ଏକ୍ସପ୍ରେସ’, ‘ଏସିଆନ ଏଜ’, ‘ଇଣ୍ଡିଆ ଟୁଡେ’, ‘ନ୍ୟୁଜ୍ ଏକ୍ସ’, ‘ସ୍ପୋର୍ଟସ ଇଲେଷ୍ଟ୍ରେଟେଡ’ ଇତ୍ୟାଦିରେ କାମ କରିଛନ୍ତି । ସାତଟି ୱାର୍ଲଡ କପ୍ ଏବଂ ୫ଟି ଅଲିମ୍ପିକ୍ସ କଭର କରିଛନ୍ତି । ତେଣୁ ସନ୍ଦୀପ ମିଶ୍ରଙ୍କର ଖେଳ ଏବଂ ଖେଳାଳିଙ୍କ ଉପରେ ଯଥେଷ୍ଟ ଜ୍ଞାନ ରହିଛି ଏବଂ ଲେଖିବା ହାତଟି ମଧ୍ୟ ତାଙ୍କର ଚମତ୍କାର।

‘ଫିଅରସ୍ଲି ଫିମେଲ: ଦି ଦୂତୀ ଚାନ୍ଦ ଷ୍ଟୋରୀ’ ବହିଟିର କେନ୍ଦ୍ରରେ ରହିଛି ଦୂତିଙ୍କ ଜୀବନର କେତେକ ନାଟକୀୟ ଘଟଣା ଓ ବିବାଦୀୟ ପ୍ରସଙ୍ଗ ।

ଦୂତୀ ପୁଅ ନା ଝିଅ- ଏ ବିବାଦରେ ଦୂତୀଙ୍କ ଖେଳାଳି ଜୀବନର ଯେତେବେଳେ ଅନ୍ତ ହେବାକୁ ଯାଉଥିଲା, ସେତେବେଳେ ଦୂତୀ କେମିତି ସଂଘର୍ଷ କଲେ ଆଉ ଜିତିଲେ- ତାହା ଏ ପୁସ୍ତକରେ ବିଶଦ ଭାବରେ ବର୍ଣ୍ଣନା କରାଯାଇଛି । ଦୂତୀଙ୍କର ମହିଳା ସଙ୍ଗିନୀକୁ ନେଇ ଯେଉଁ ବିବାଦ ହେଲା, ସେ ବିଷୟରେ ମଧ୍ୟ ଏ ପୁସ୍ତକରେ କୁହାଯାଇଛି । ଯେ ଉଁ ପ୍ରକାର ବ୍ୟବହାର ସେ ପାଇଛନ୍ତି, ଯେଉଁଭଳି ଭାବରେ ସେ ଲଢ଼ିଛନ୍ତି, ସେ ସବୁକୁ ଏଥିରେ ବର୍ଣ୍ଣନା କରାଯାଇଛି । ଗୋଟେ ଜାଗାରେ ସନ୍ଦୀପ ମିଶ୍ର ଲେଖିଛନ୍ତି ଯେ, ଦୂତୀ ବିଶ୍ୱାସ କରନ୍ତି- ସମୟ ସହିତ କିଛି କଥା ଆପେ ଆପେ ଠିକ୍ ହେଇଯିବ । ଜଣେ ଖେଳାଳି ତ ଜୀବନ ସାରା ଖେଳି ପାରିବ ନାହିଁ । ଯିଏ ଦୌଡୁଛି, ସେ ଜୀବନ ସାରା ତ ଆଉ ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବ ନାହିଁ । ଗୋଟେ ସମୟରେ ସେ ଜୀବନ ସରିଯିବ । ଆଉ ପ୍ରଶିକ୍ଷଣ ବି ହେବ ନାହିଁ, ପ୍ରତିଯୋଗିତା ବି ହେବ ନାହିଁ, ସେ ସମୟରେ ପ୍ରତିଯୋଗୀ ଘରକୁ ଫେରିବ । ସମୟ ଆଗକୁ ଆସିଯାଇଥିବ । ସେତେବେଳେ ଲୋକ ବି ପୁରୁଣା ସମୟକୁ ହୁଏତ ନୂଆ ଭାବରେ ବୁଝିବେ ।

ଏ ବହିରେ ଦୂତୀଙ୍କ ଜୀବନ କାହାଣୀ ସହିତ ଗାଁର ଜଣେ ଝିଅର ଜୀବନ ସଂଗ୍ରାମ

+++

Related Posts

Leave a Reply

Your email address will not be published. Required fields are marked *