ଇଲିମା କର

ମନରୁ ମଇଳା ପରିଷ୍କାର କଲେ
ସେଠାରେ ରହିବେ ହରି
ଯେତେଥର ମାଳା ଜପିଲେ କି ହେବ
ମନ ନିର୍ମଳ ନକରି ।

ଯାହାର ଅନ୍ତର ଅଟଇ ଖୋଲା
ନାହିଁ ତାର କିଛି ଭୟ
ସାହା ହୋଇଥାନ୍ତି ପ୍ରଭୁଟି ତାହାର
ସଦା ହୁଏ ତାର ଜୟ ।

କପଟ, ହିଂସା, ଚାତୁରୀ ଛାଡ଼ି ଏ ଜୀବନୁ
ପ୍ରଭୁ ପଦେ ରଖ ଲୟ
କେତେଦିନ ଆଉ ନିଦରେ ଶୋଇବ
ଖୋଲ ତୁମର ହୃଦୟ ।

ନାଲକୋ ସ୍କୋୟାର, ଭୁବନେଶ୍ୱର, ମୋବାଇଲ – ୯୩୩୭୪୪ ୦୫୧୮

ଲେଖକ ପରିଚୟ

ମୁଁ କବି କି ଲେଖକ ନୁହେଁ, ବରଂ ଜଣେ ସାଧାରଣ ଗୃହିଣୀ । ପରିବାରର ବ୍ୟସ୍ତବହୁଳ ଜଞ୍ଜାଳରୁ ସମୟ ମିଳିଲେ ମୁଁ ଲେଖେ କବିତା, ସ୍ତମ୍ଭ, ଶିଶୁ ଗଳ୍ପ ଇତ୍ୟାଦି । ଏଯାବତ୍ ‘ଗଳ୍ପ ଗୁଚ୍ଛ’, ‘ଗଢି ଜାଣିଲେ ଘର ସୁନ୍ଦର’, ‘ସୁଖ-ଦାମ୍ପତ୍ୟ’, ‘ଗଳ୍ପ ସଂକଳନ’ ଚାରି ଖଣ୍ଡ ବହି ପ୍ରକାଶିତ ହୋଇଛି ।

Related Posts

Leave a Reply

Your email address will not be published. Required fields are marked *