ପଲିଥିନ ତଳର ଜୀବନ

ହରି ମନୋରଞ୍ଜନ ପାଢୀ

ଆସିବ ଆସିବ ବୋଲି
ଭାବୁ ଭାବୁ,
ପୁରା ପାଞ୍ଚ ବର୍ଷ ଲାଗିଗଲା
ତୁମେ ଆସିବା ପାଇଁ,
ଫାଇଲିନ୍ ଓ ହୁଦ୍ ହୁଦ୍ ପରେ
ଭାବିଥିଲି,
ଆଉ ଆସିବ ନାହିଁ
ଏ ପଲିଥିନ ଚାଳିରୁ
ମୁକୁଳିଯିବି ବୋଲି …

ଆଉ ପିଲାଦିନେ ଦେଖିଥିବା
ବାଇଚଢେଇର ବସା ଭଳି
ବସାଟିଏ ବାନ୍ଧିବି ବୋଲି …

କିନ୍ତୁ ମୋର ସବୁ ସ୍ୱପ୍ନକୁ
ପୁଣି ଧୂଳିସାତ କରିବା ପାଇଁ
ଭାଗ୍ୟର ଘୂର୍ଣ୍ଣିଝଡ଼ ସାଜି
ପୁଣି ଚାଲି ଆସିଲ
ଆଉ ଗୋଟେ
ନୁଆଁ ନାଆ ନେଇ …

ଦେଖ, ଦେଖ
ଆଜି ମୁଁ ଘୋଡ଼ି ହୋଇଯାଇଛି
ପ୍ରବଳ ଆତ୍ମବିଶ୍ୱାସର ପଲିଥିନରେ
ଆସ ତ ଦେଖିବା, ତୁମ ଶକ୍ତି କେତେ
ଗୋଟେ ସର୍ବହରାଠୁ
କ’ଣ ଅବା ଅଧିକ
ଛଡ଼େଇ ନେଇପାରିବ
କହିବ ତ ମୋତେ !!!

ଯନ୍ତ୍ରୀ, କ୍ୟାଭେଣ୍ଡିସ୍ ଶିଳ୍ପ ଅନୁଷ୍ଠାନ, ହରିଦ୍ଵାର, ଉତ୍ତରାଖଣ୍ଡ, ମୋବାଇଲ- ୮୯୭୯୩୯୩୮୭୮

ଲେଖକ ପରିଚୟ

ହାଇସ୍କୁଲ ପଢିଲାବେଳୁ ହିଁ ସାଙ୍ଗ ପିଲାଙ୍କୁ ବ୍ୟଙ୍ଗ କରିବା, ଅନ୍ୟ କାହା ପାଇଁ ପ୍ରେମ କବିତା ଲେଖିବା ଗୋଟେ ଅଭ୍ୟାସ ଥିଲା ମୋର । ସ୍କୁଲରେ ପଢିଲାବେଳେ କେହିଜଣେ ମୋତେ ଜାରଜ କହିଥିଲା ଯଉ ଶବ୍ଦ ମୋତେ ସାହିତ୍ୟ ଆଡ଼କୁ ବାଟ କଢାଇଲା । ବରିଷ୍ଠ ସାମ୍ବାଦିକ ମନୋରଂଜନ ମିଶ୍ରଙ୍କୁ ମୁଁ ମୋର ଆଦର୍ଶ ଭାବେ । କେତେବେଳେ କେମିତି ସୋସିଆଲ ମିଡ଼ିଆ ଫେସବୁକରେ ଲେଖେ, ଆଗରୁ କୌଣସି ଲେଖା କେବେ ପ୍ରକାଶିତ ହୋଇନାହିଁ ।

Related Posts

Leave a Reply

Your email address will not be published. Required fields are marked *