‘ଜୀବନ ଖରାଛାଇ ଖେଳ’ କବିତା ସଂକଳନ ଉନ୍ମୋଚିତ ହୋଇଯାଇଛି

ଭୁବନେଶ୍ୱର : ଚାନ୍ଦବାଲି ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ତଥା କବି ଦ୍ଵାରିକାନାଥ ଦାଶଙ୍କ ଆଧ୍ୟାତ୍ମିକ ଓ ପୌରାଣିକ କବିତା ସଂକଳନ ‘ଜୀବନ ଖରାଛାଇ ଖେଳ’ ସୋମବାର ଦିନ ଭୁବନେଶ୍ୱର ସ୍ଥିତ ଏକ ହୋଟେଲ ପରିସରରେ ଉନ୍ମୋଚିତ ହୋଇଯାଇଛି । ସାହିତ୍ୟକ ଗୌରପ୍ରିୟା ଦାଶଙ୍କ ସମ୍ପାଦନାରେ ପ୍ରକାଶିତ ତ୍ରୈମାସିକ ସାହିତ୍ୟ ପତ୍ରିକା ‘ଆଭା’ର ଦ୍ଵିତୀୟ ସ୍ଵନକ୍ଷତ୍ର ଓ ବନ୍ଧୁମିଳନ ଉତ୍ସବ ଅବସରରେ ସଂପୃକ୍ତ କବିତା ସଂକଳନ ଉନ୍ମୋଚିତ କରାଯାଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ସାଂସଦ ଡ. ଶୁଭ ଦାଶ, ସମ୍ମାନିତ ଅତିଥି ଭାବେ ‘ଉତ୍କଳ ପ୍ରସଙ୍ଗ’ର ସମ୍ପାଦିକା କସ୍ତୁରୀ ମହାପାତ୍ର ଯୋଗ ଦେଇ ପୁସ୍ତକ ଉନ୍ମୋଚନ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *