ବ୍ଲାକ୍ ଇଗଲ୍ ବୁକ୍ସ ‘ପ୍ରଥମ ବହି ପୁରସ୍କାର-୨୦୨୩’ ପାଇବେ ସ୍ମୃତିକଳା ମହାନ୍ତି

ଭୁବନେଶ୍ୱର : ବ୍ଲାକ୍ ଇଗଲ୍ ବୁକ୍ସ ‘ପ୍ରଥମ ବହି ପୁରସ୍କାର-୨୦୨୩’ ପାଇବା ପାଇଁ ମନୋନୀତ ହୋଇଛନ୍ତି ‘ଅନ୍ଧାର ପରେ କିଛି’ ଗଳ୍ପ ସଂକଳନର ଲେଖିକା ସ୍ମୃତିକଳା ମହାନ୍ତି । ସ୍ମୃତିକଳା ସମ୍ପ୍ରତି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ଓଡ଼ିଆ ଭାଷା-ସାହିତ୍ୟ ବିଭାଗରେ ପି.ହେଚ୍.ଡ଼ି ଛାତ୍ରୀ । ସେ ମଧ୍ୟ ଚଳିତ ବର୍ଷ ‘କଥା ନବ ପ୍ରତିଭା ପୁରସ୍କାର’ ପାଇଛନ୍ତି ।

ପୂର୍ବରୁ ଆଦୌ ପୁସ୍ତକ ପ୍ରକାଶିତ ହୋଇ ନଥିବା ଲେଖକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବ୍ଲାକ୍ ଇଗଲ ବୁକ୍ସ ୨୦୧୯ ମସିହାରୁ ଏହି ପୁରସ୍କାର ଦେଇଆସୁଛି । ତେବେ ଆସନ୍ତା ଅକ୍ଟୋବର ୨୧ ତାରିଖ ବ୍ଲାକ ଇଗଲ ବୁକ୍ସ ଇଣ୍ଟେଲେକ୍ଟ ସେଣ୍ଟରରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯିବ । ସୂଚନାଥାଉ ଯେ ପୂର୍ବରୁ ଏହି ପୁରସ୍କାର ପାଇଥିବା ଲେଖକ ଲେଖିକାମାନେ :

ହିନ୍ଦୀ ଅନୁବାଦ ପୁସ୍ତକ ‘ଆଧୁନିକ ହିନ୍ଦୀ ଗଳ୍ପମାଳା’ ପାଇଁ ନୀହାରିକା ମଲ୍ଲିକ (୨୦୧୯)
କବିତା ପୁସ୍ତକ ‘ଅବୁଝା ପକ୍ଷୀର ଗୀତ’ ପାଇଁ ରବି ଶତପଥୀ (୨୦୨୦)
ଗଳ୍ପ ସଂକଳନ ‘ଭାରି ମନେପଡ଼େ’ ପାଇଁ ମାନସ ପଣ୍ଡା (୨୦୨୧)
ପ୍ରବନ୍ଧ ସଂକଳନ ‘ଓଡ଼ିଆ ବୈଜ୍ଞାନିକ ଉପନ୍ୟାସ’ ପାଇଁ ନିବେଦିତା ପଣ୍ଡା (୨୦୨୨)

Related Posts

Leave a Reply

Your email address will not be published. Required fields are marked *