କବି ଛବିରାମ ସେଠୀଙ୍କ ପୁସ୍ତକ ଉନ୍ମୋଚନ ହୋଇଯାଇଛି

ସାରସ୍ୱତ ଅନୁଷ୍ଠାନ ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦର ବାର୍ଷିକ ଉତ୍ସବରେ କବି ଛବିରାମ ସେଠୀଙ୍କ କବିତା ସଂକଳନ “ଛବିରେ ଛବିରେ ଚକାଡ଼ୋଳିଆ” ଉନ୍ମୋଚିତ ହୋଇଯାଇଛି । ସଂସଦର ସଭାପତି ଚୈତନ୍ୟ କୁମାର ରାଉତଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ପଣ୍ଡିତ ଚୈତନ୍ୟ କୁମାର ସାହୁ ।

ଏହାବ୍ୟତୀତ ସମ୍ମାନନୀୟ ଅତିଥି ଭାବେ ବ୍ରହ୍ମାନନ୍ଦ ମହାନ୍ତି, ପ୍ରତାପ ଧଳ, ଗଣେଶ୍ଵର ସ୍ୱାଇଁ, ତ୍ରିଲୋଚନ ପାତ୍ର, ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟା ଡ. ପ୍ରତିଭା ମହାରଥୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଋଦ୍ଧିମନ୍ତ କରିଥିଲେ । ସାହିତ୍ୟ ମଣିଷ ସହ ମଣିଷକୁ ଯୋଡ଼ିଥାଏ ବୋଲି କହିଥିଲେ ଉକ୍ତ ଅତିଥି ବୃନ୍ଦ । ଏହାସହିତ କବି ଛବିରାମ ସେଠୀଙ୍କ ନୂତନ ପୁସ୍ତକଟି ବହୁ ପାଠକୀୟ ପ୍ରଶଂସା ପାଇଛି ବୋଲି ପରିଶେଷରେ ସଂସଦର ସମ୍ପାଦିକା ଗୀତାଞ୍ଜଳି ପୃଷ୍ଟି ସମ୍ପାଦକୀୟ ବିବରଣୀ ପାଠରେ ପ୍ରକାଶ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *