ଇଲିମା କର

କେବେକେବେ ମନେ ହୁଏ ତୁମେ ଯେପରି
ଏକ ବିନ୍ଦୁ ସରସୀର ଜଳ
ମୁକ୍ତା ଭଳି ପଡ଼ିବ ମୋ କପାଳେ
ବୋହି ଟଳମଳ ।

ସେହି ସରସୀର ଜଳରେ ଥୋଇ
ଅଜ୍ଞାନର ଯେତେ ପାପ
ମନ କିଏ କରିବ ଉଷ୍ମ ମୋର
ଦୂର କରି ନିରୁତ୍ତାପ ।

ପୁଣି ବେଳେବେଳେ ମନେ ହୁଏ
ତୁମେ ହେଲ ପ୍ରଦୀପର ଶିଖା
ତୁମର ମାଧ୍ୟମରେ ଅନେକ କିଛି ଅନ୍ଧାରରେ
ଯିବ ଦେଖା ।

ପୁଣି ମୋର ମନେ ହୁଏ କୁଆଡ଼େ
ଦୁଇର ମଧ୍ୟେ ଅଛି ଯୋଗ
ଜଣେ କରିଲେ ସଫାଇ
ଅନ୍ୟ କରେ ତାର ଭୋଗ ।

Related Posts

Leave a Reply

Your email address will not be published. Required fields are marked *