“ଭାରତରେ ସମ୍ପ୍ରସାରିତ ସୌରା ଜନଜାତିର ଇତିହାସ” ଶୀର୍ଷକରେ ଆୟୋଜିତ ସମ୍ମେଳନ ଉଦ୍‍ଯାପିତ

ଭୁବନେଶ୍ୱର : ସାହିତ୍ୟ ଏକାଡ଼େମୀ, ନୂଆଦିଲ୍ଲୀ ସମେତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଏକ ମିଳିତ ଆନୁକୂଲ୍ୟରେ ସଂଘଠିତ ହୋଇଥିବା “ସୌର ଭାଷା ସମ୍ମେଳନ” ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ମହାନ୍ତିଙ୍କ ସଭାପତିତ୍ୱରେ ‘ସଉରା ଆଦିବାସୀ ଓ ବିଶ୍ୱାସ’ ଶୀର୍ଷକ ଆଲୋଚନାଚକ୍ରରେ ବିଶିଷ୍ଟ ସମ୍ଭକାର ଦ୍ୱିତୀ ଚନ୍ଦ୍ର ସାହୁ, ବିଜୟ ଉପାଧ୍ୟାୟ ଏବଂ ସୁରେନ୍ଦ୍ର ନାଥ ସାହୁ ଆଦି ପ୍ରବନ୍ଧ ପାଠ କରିଥିଲେ ।

ପରବର୍ତ୍ତୀ ପର୍ଯ୍ୟାୟରେ ମହେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ‘ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଉତ୍ତର-ପୂର୍ବାଞ୍ଚଳର ସଉରା ଭାଷା ଓ ସାହିତ୍ୟ’ ଶୀର୍ଷକ ଆଲୋଚନାଚକ୍ରରେ ସଉରା ଗଙ୍ଗାରାଓ, ଇନାମ ଗମାଙ୍ଗୋ ଓ ମଗନ୍‍ ସାୱର ପ୍ରବନ୍ଧ ପାଠ କରିଥିଲେ । ଏହି ସମାରୋହ ସଉରା ଭାଷାଭାଷୀଙ୍କ ପାଇଁ ଏକ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତଥାପି ସାମାଜିକ ସ୍ତରରେ ନିଜ ଭାଷାରେ କଥା କହିବାର ମାନ୍ୟତା ଯେଉଁଦିନ ସଉରାମାନେ ପାଇପାରିବେ ବାସ୍ତବରେ ସେହି ଦିନ ହିଁ ସେମାନେ ଅସଲ ଅର୍ଥରେ ଖୁସି ହେବେ, ବୋଲି ଆଲୋଚକମାନେ ଆଲୋଚନା ଚକ୍ରରେ ନିଜର ମତବ୍ୟକ୍ତ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *