ଗଳ୍ପ ସଂକଳନ “ଜୀବନର ବାଟେଘାଟେ” ଉନ୍ମୋଚିତ

ଭୁବନେଶ୍ୱର : ଗାଳ୍ପିକା ତଥା ସମ୍ବାଦିକା ଭୁବନେଶ୍ଵରୀ ପଣ୍ଡାଙ୍କ ଗଳ୍ପ ସଂକଳନ “ଜୀବନର ବାଟେଘାଟେ” ଉନ୍ମୋଚିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ସାଧାରଣ ମଧ୍ୟବିତ୍ତ ପରିବାର ନିଜର ଦୈନନ୍ଦିନ ଜୀବନରେ ସାମ୍ନା କରୁଥିବା ତିକ୍ତ, ମଧୁର ଅନୁଭୂତିକୁ ନେଇ ଗାଳ୍ପିକା ଶ୍ରୀମତୀ ପଣ୍ଡା ଲେଖିଥିବା ୫୧ ଟି ଗଳ୍ପ ଏହି ପୁସ୍ତକରେ ସ୍ଥାନ ପାଇଛି । ସହଜ, ସାଧାରଣ ଓ ଅଣଦେଖା ଘଟଣାବଳୀ ତଥା ଚରିତ୍ରମାନଙ୍କୁ ନେଇ ଗଳ୍ପଗୁଡିକ ଗତିଶୀଳ ହୋଇଛି । ପ୍ରତିଟି ଗଳ୍ପରେ ସାଧାରଣ ମଣିଷଟିଏ ନିଜକୁ ଆବିଷ୍କାର କରିପାରିବ । ରାଜ୍ୟପାଳ ପୁସ୍ତକର ପ୍ରଶଂସା କରିବା ସହ ଲେଖିକାଙ୍କୁ ଅଭିନନ୍ଦନ ଜଣାଇଥିଲେ । “ପେନ୍ ଇନ୍ ବୁକ୍ସ” ପକ୍ଷରୁ ପ୍ରକାଶିତ ଏହି ପୁସ୍ତକକୁ ଆଗ୍ରହୀ ପାଠକମାନେ ଆମାଜନ ମାଧ୍ୟମରେ କିଣିପାରିବେ ବୋଲି ସଂସ୍ଥାର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି ।  

Related Posts

Leave a Reply

Your email address will not be published. Required fields are marked *