‘ନକ୍ଷତ୍ରର ନାମ ସ୍ୱାତୀ’ ଓ ‘ଅଖିଳ ରସ ଚିନ୍ତାମଣି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ଅଧ୍ୟୟନ ଗବେଷଣା ସଂସ୍ଥା ପକ୍ଷରୁ କବି ତଥା ରାଜନେତ୍ରୀ ସିପ୍ରା ମଲ୍ଲିକଙ୍କ ଦ୍ୱିତୀୟ କବିତା ସଙ୍କଳନ “ନକ୍ଷତ୍ରର ନାମ ସ୍ୱାତୀ” ଏବଂ ମଧ୍ୟଯୁଗୀୟ କବି ପିତାମ୍ବର ଦାସଙ୍କ ଅଳଙ୍କାର କାବ୍ୟକୁ ସମ୍ପାଦନା କରିଥିବା ହରେକୃଷ୍ଣ ପାତ୍ରଙ୍କ “ଅଖିଳ ରସ ଚିନ୍ତାମଣି”ପୁସ୍ତକ ଉନ୍ମୋଚିତ ହୋଇଯାଇଛି ।

ବିଶିଷ୍ଟ ଭାଷାବିତ ନଟବର ଶତଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଲୋକାର୍ପଣ କରି ଓଡ଼ିଆ ଭାଷା ସାହିତ୍ୟପାଇଁ ଏହି ଦୁଇଟି ପୁସ୍ତକ ଏକ ଅମୂଲ୍ୟ ସମ୍ପଦ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବରେ ତିରୁପତି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥି ନିଜ ବକ୍ତବ୍ୟରେ ଆଦିକବି ଶଙ୍କରାଚାର୍ଯ୍ୟଙ୍କ ଜୀବନୀକୁ ଉଦ୍ଧୃତ କରି ମାତାର ସ୍ଥାନ ସର୍ବଦା ସର୍ବୋଚ୍ଚ ଶିଖରରେ ବୋଲି ଅବିହିତ କରିବା ସହିତ ମାଆ ଆଉ ମାଟି ପ୍ରତି କବି ଡକ୍ଟର ମଲ୍ଲିକଙ୍କ ଆବେଗକୁ ପ୍ରଶଂସା କରିଥିଲେ । ବିଶିଷ୍ଟ ଅତିଥି ଭାବରେ ଦେବୀପ୍ରସନ୍ନ ପଟ୍ଟନାୟକ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର କାର୍ଯ୍ୟକୁ ପ୍ରଶଂସା କରି ଏହି ଅନୁଷ୍ଠାନ ଗବେଷଣା ସହିତ ସାହିତ୍ୟ ଚର୍ଚ୍ଚାକୁ ପ୍ରାଧ୍ୟାନ୍ୟ ଦେଉଥିବାରୁ ଓଡ଼ିଆ ଭାଷା ସମୃଦ୍ଧ ଓ ଶକ୍ତିଶାଳୀ ହେଉଥିବା ଏକ ଶୁଭ ସୂଚନା ବୋଲି କହିଥିଲେ ।

ଏହି ଲୋକାର୍ପଣ ଉତ୍ସବରେ ସଭାରେ ‘ନକ୍ଷତ୍ରର ନାମ ସ୍ୱାତୀ’ ପୁସ୍ତକର ସମୀକ୍ଷା କବି ସୁନନ୍ଦା କରିଥିବାବେଳେ ‘ଅଖିଳ ରସ ଚିନ୍ତାମଣି’ ପୁସ୍ତକର ସମୀକ୍ଷା ସୁବ୍ରତ କୁମାର ପୃଷ୍ଟି କରିଥିଲେ ଏବଂ ପ୍ରକାଶକ ବିଜୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *