ଡିସେମ୍ବର ୧୫ରୁ ମୟୂରଭଞ୍ଜ ପୁସ୍ତକମେଳା

ଭୁବନେଶ୍ୱର : ଉତ୍ତର ଓଡ଼ିଶାର ସର୍ବବୃହତ ବହିମେଳା ଓ ସାରସ୍ଵତ ପର୍ବ ମୟୂରଭଞ୍ଜ ପୁସ୍ତକମେଳାର ୧୦ମ ସଂସ୍କରଣ ଚଳିତ ଡିସେମ୍ବର ମାସ ୧୫ ତାରିଖରେ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ବାରିପଦା ଛଉ ପଡ଼ିଆଠାରେ ଅନୁଷ୍ଠିତ ହେବ । ପୁସ୍ତକମେଳା କମିଟିର ସଭାପତି ପଦ୍ମନାଭ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଥମ ପ୍ରସ୍ତୁତି ବୈଠକରେ ବିଭିନ୍ନ ପ୍ରସ୍ତାବମାନ ସମ୍ପାଦକ ମନୋଜ ଦଳବେହେରା ଉପସ୍ଥାପନ କରିଥିଲେ ।

ସୂଚନା ଥାଉ ଯେ ଆଲୋଚନାରେ ଶରତ ନାୟକ, ଡ. ଅସୀମା ସାହୁ, କାବେରୀ ମିଶ୍ର, ସମରେନ୍ଦ୍ର ବଶା, ଶିଉଲାଲ ମହାନ୍ତ, ଗୋପାଳ ସାଓ, ସସ୍ମିତା ଘୋଷାଲ, ପାର୍ବତୀ ବାରିକ, ବାସନ୍ତୀଲତା ବାରିକ, ବନମାଳୀ ପାତ୍ର, ଅଜିତ କୁମାର କବାଟ, ଜୟନ୍ତ କୁମାର ଦ୍ଵାରୀ, ଅଜିତ ପାଣିଗ୍ରାହୀ, ବୀଣାପାଣି ପଣ୍ଡା, ଆମୋଦ ପ୍ରଧାନ, ଅଜୟ କୁମାର ପାଲ ପ୍ରମୁଖ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଚଳିତ ବର୍ଷର ପୁସ୍ତକମେଳା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତଥା ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ବାରିପଦା ପୌର ପରିଷଦର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତିଙ୍କ ମାର୍ଗଦର୍ଶନରେ ଆୟୋଜିତ ହେବ । ପରିଶେଷରେ କୋଷାଧ୍ୟକ୍ଷ କୈବଲ୍ୟ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *