ଦୀପ୍ତି ଦାସ

ମୁଁ ଜଳୁଛି
ଗ୍ରୀଷ୍ମ ଋତୁ ଥୁଣ୍ଟା ଅରଣ୍ୟ ପରି,
ଆଷାଢ଼ର ବର୍ଷା ପାଇଁ…
କିନ୍ତୁ ବର୍ଷା କାହିଁ ?

ମୁଁ କାନ୍ଦୁଛି
ଅସହାୟ ମାତୃହୀନ ଶିଶୁ ପରି,
ସ୍ନେହ ପାଇଁ,
କିନ୍ତୁ ସ୍ନେହ କାହିଁ ?

ମୁଁ ଗାଉଛି
ଭଙ୍ଗା କେଉଁ ବେହେଲାର
ହଜିଥିବା ସ୍ୱର ପରି…
ଶାନ୍ତି ପାଇଁ…
କିନ୍ତୁ ଶାନ୍ତି କାହିଁ ?

ମୁଁ ଲେଖୁଛି କବିତା
ମୋ ମନକୁ ବୁଝାଇ…
କବିତାର ରୂପ ଦେବା ପାଇଁ,
ହେଲେ ଏ କବିତା ସରୁନାହିଁ ।

ମୁଁ ହସୁଛି
ମିଛ ଏକ ସ୍ମିତହାସ୍ୟ ସହିତ
କିନ୍ତୁ କିନ୍ତୁ ଖୁସି ନାଇଁ…

ମୁଁ ଖାଉଛି
ନଅ ଭଜା ଛଅ ତିଅଣ
ହେଲେ ଭୋକ ନାଇଁ …

ମୁଁ ଚାଲୁଛି
ଏକ ଫୁଲଭରା ରାସ୍ତାରେ
ହେଲେ ଠିକଣା ଜଣା ନାଇଁ ।

ଡମଣା, ଜଗତସିଂହପୁର

ଲେଖକ ପରିଚୟ

ମୁଁ ଜଣେ ଗୃହିଣୀ । କବିତା ଲେଖିବାର ନିଶା କଲେଜ ପଢିବା ସମୟରୁ । ସାଂସାରିକ ବ୍ୟସ୍ତତା ଭିତରେ ବହୁ ବର୍ଷ ହେବ ଲେଖିବା ଛାଡ଼ି ଦେଇଥିଲି । ଏବେ ପୁଣି କଅଁଳ ଦୂବଟିଏ ପରି ମୁଣ୍ଡ ଟେକିଛି କବିତା ଲେଖିବା ।

Related Posts

Leave a Reply

Your email address will not be published. Required fields are marked *