ଚିତ୍ର ନାଟକ ‘ତୁ ସେହି ନୀଳନୟନା’ର ପାଠକାର୍ପଣ

ଭୁବନେଶ୍ଵର : ବର୍ଷା ପ୍ରକାଶନୀ ଦ୍ଵାରା ଡ. ରଜନୀରଞ୍ଜନଙ୍କ ଲିଖିତ ପୁସ୍ତକ ‘ତୁ ସେହି ନୀଳନୟନା’ର ଚିତ୍ରନାଟ୍ୟ ପୁସ୍ତକ ପ୍ରକାଶ ପାଇଛି । ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସଂସଦ ପ୍ରେକ୍ଷାଳୟରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ନାଟ୍ୟକାର ବିଜୟ ଦାଶଙ୍କ ସଭାପତିତ୍ଵରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ପୂର୍ବତନ ସୂଚନା କମିଶନର ଶ୍ରୀ ଦିଲ୍ଲୀପ ବିଶୋଇ, ଚଳଚିତ୍ରଟି ପ୍ରୟୋଜନ ସଚ୍ଚିକାନ୍ତ ଜେନା, ପ୍ରୟୋଜକ ବିନୀ ପଟ୍ଟନାୟକ ଯୋଗ ଦେଇଥିଲେ । ପ୍ରାରମ୍ଭରେ ବର୍ଷା ପ୍ରକାଶନ ନିର୍ଦ୍ଦେଶକ ବାଦଲ ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଡ. ମାଧବ ବେହେରା ଓଡ଼ିଆ ଚିତ୍ର ନାଟକ ଉପରେ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ଚଳଚ୍ଚିତ୍ର କଳାକାର ଜୀବନ ପଣ୍ଡା, ପ୍ରତିଭା ପଣ୍ଡା, ନିର୍ଦ୍ଦେଶକ ତ୍ରିପତି ସାହୁ ଓ ଲେଖିକା ସସ୍ମିତା ଦାସ, ଶ୍ରୁତକିର୍ତ୍ତୀ ତ୍ରିପାଠୀ, ଡ. ଶର୍ମିଷ୍ଠା ମହାପାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶେଷରେ ବୋଉ ଫାଉଣ୍ଡେସନର ଅଧ୍ୟକ୍ଷ ଅସିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ବହୁ ସାହିତ୍ୟିକ, ଓଲିଉଡ଼ର କଳାକାର ଯୋଗ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *