ଡକ୍ଟର କିଶୋର ଚନ୍ଦ୍ର ଦାଶଙ୍କ ‘ଚଗଲା ଆଉ ଚଗଲି’ ଉପନ୍ୟାସର ପାଠକାର୍ପଣ

ଭୁବନେଶ୍ଵର : ଗତ ୧୮ ଫେବୃଆରୀ ରବିବାର ପୂର୍ବାହ୍ନ ୧୦ ଘଟିକା ସମୟରେ ଭାରତୀୟ ବିଦ୍ୟା ନିକେତନ ପରିସରରେ ସୁକିନ୍ଦା ସାହିତ୍ୟ ସମାଜ, ଯାଜପୁର ତରଫରୁ ଡ. କିଶୋର ଚନ୍ଦ୍ର ଦାସଙ୍କ ଦ୍ଵାରା ଲିଖିତ ପ୍ରଥମ ଉପନ୍ୟାସ ‘ଚଗଲା ଆଉ ଚଗଲି’ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ମଞ୍ଚାସୀନ ଅତିଥି ଭାବରେ କଥାକାର ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ନାୟକ, ସମାଜସେବୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ଭୂୟାଁ ଓ ସାହିତ୍ୟିକ ହିମାଂଶୁ ଶେଖର ଦ୍ଵିବେଦୀ, ବ୍ୟଙ୍ଗକାର ଓମ୍ ଅଭିଜ୍ଞାନ ସାହୁ ଯୋଗ ଦେଇଥିଲେ । ‘ଚଗଲା ଆଉ ଚଗଲି’ ଉପନ୍ୟାସ ଉପରେ ମାନମୟୀ ରଥଙ୍କ ଦ୍ୱାରା ଲିଖିତ ସମୀକ୍ଷାଟିକୁ ହିମାଂଶୁ ଶେଖର ଦ୍ଵିବେଦୀଙ୍କର ଦ୍ୱାରା ପାଠ କରା ଯାଇଥିଲା । ଲେଖକଙ୍କ ବକ୍ତବ୍ୟରେ ‘ଚଗଲା ଆଉ ଚଗଲି’ଙ୍କ ବାସ୍ତବ କାହାଣୀ ଓ ସାହିତ୍ୟ ଯାତ୍ରା ଉପସ୍ଥିତ ଶ୍ରୋତାଙ୍କ ମନକୁ ଛୁଇଁଯାଇଥିଲା ।

ଦ୍ୱିତୀୟ ପର୍ଯାୟରେ ଶ୍ରୀ ସୁରେନ୍ଦ୍ର କୁମାର ଦାଶଙ୍କର ସଭାପତିତ୍ଵରେ ଡ. ଦୟାନିଧି ଦାଶ ଓ ସଙ୍ଘମିତ୍ରା ଭୁତିଆ ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରୀ ପାର୍ଥ ସ୍ୱାଇଁ, ଆଲୋକ ଷଡ଼ଙ୍ଗୀ ସମେତ ଦଶ ଜଣ ସମୀକ୍ଷକ ଉପନ୍ୟାସ ବିଷୟରେ ସେମାନଙ୍କ ମତାମତ ଦେଇଥିଲେ । ଶ୍ରାବଣୀ ଅଳ୍ପନା, ସ୍ମରଣିକା ମାଣିଆ, ଐଶ୍ଵର୍ୟା ରାଉତ ସମେତ ଅନ୍ୟମାନେ ସାହିତ୍ୟିକା ମୌସୁମୀ ଦାଶ, ଜ୍ଞାନରଞ୍ଜନ ନାୟକ, ସଂଘମିତ୍ରା ଭୁତିଆଙ୍କର ମତାମତ ପାଠ କରିଥିଲେ । ଶ୍ରୀ ମନୋରଞ୍ଜନ ଦାସ ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲା ବେଳେ ଲେଖକଙ୍କ ବନ୍ଧୁ ପରିବାରବର୍ଗ ଏବଂ ସୁକିନ୍ଦା ସାହିତ୍ୟ ସମାଜର କର୍ମକର୍ତ୍ତା କାର୍ଯ୍ୟକ୍ରମଟିକୁ ସଫଳ କରିବାର ଦାୟିତ୍ୱ ନିର୍ବାହ କରିଥିଲେ । ପରିଶେଷରେ ଅଜୟ କୁମାର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *