ଯୁବ ଗାଳ୍ପିକ ସରୋଜ ସାହୁଙ୍କୁ ‘ଦୁର୍ଗାମାଧବ ସ୍ମୃତି ପୁରସ୍କାର’

ଭୁବନେଶ୍ଵର : ‘ସମାରୋହ’ ପତ୍ରିକାର ବାର୍ଷିକ ଉତ୍ସବ ଗୀତାଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପତ୍ରିକାର ସମ୍ପାଦିକା ଶୈଳରାଣୀ ମିଶ୍ର, ସହଯୋଗୀ ସମ୍ପାଦକ ରବି ନାରାୟଣ ନନ୍ଦ, ଅତିଥି ଡ. ସନ୍ତୃପ୍ତ ମିଶ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ ସାମଲ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ପ୍ରମୁଖ ଅତିଥିମାନଙ୍କ ଗହଣରେ ଯୁବ ଗାଳ୍ପିକ ସରୋଜ କୁମାର ସାହୁଙ୍କୁ ‘ଦୁର୍ଗାମାଧବ ସ୍ମୃତି ପୁରସ୍କାର’ ସମ୍ମାନରେ ସମ୍ମାନିତ କରିଥିଲେ । ଶ୍ରୀ ସାହୁଙ୍କ ସର୍ଜନମନସ୍କତା ତାଙ୍କୁ ଜଣେ ଲୋକପ୍ରିୟ ଗାଳ୍ପିକର ମର୍ଯ୍ୟାଦା ଦେଇଛି । ତାଙ୍କ ଲେଖନୀରେ ମାନବୀୟ ଜୀବନର ବହୁମୂଖୀ ଦିଗ ପ୍ରତିବିମ୍ବିତ ହୋଇଥାଏ । ଯାହା ତାଙ୍କୁ ପାଠକ ପ୍ରିୟ କରିପାରିଛି ବୋଲି ମତ ପ୍ରକାଶ ପାଇଥିଲା ।

Related Posts

Leave a Reply

Your email address will not be published. Required fields are marked *