ଓଡ଼ିଆ ବ୍ରେଲି ଲିପିରେ ଶ୍ରୀମଦ ଭାଗବତ ଗୀତା ଓ ଶ୍ରୀମଦ ଭାଗବତ ମହାପୁରାଣ ଉନ୍ମୋଚନ

ଭୁବନେଶ୍ୱର : ଦୃଷ୍ଟିବାଧିତଙ୍କ ପାଇଁ ଓଡ଼ିଆ ବ୍ରେଲି ଶ୍ରୀମଦ ଭାଗବତ ଗୀତା, ଶ୍ରୀମଦ ଭାଗବତ ମହାପୁରାଣର ଏକାଦଶ ସ୍କନ୍ଧ ଉନ୍ମୋଚିତ ହୋଇଛି । ଆନନ୍ଦ ଚାରିଟେବୁଲ ଟ୍ରଷ୍ଟ, ପୁଣ୍ୟାଶ୍ରମ ଅନୁଗୁଳ ପକ୍ଷରୁ ରାଜଧାନୀର ବୁଦ୍ଧ ମନ୍ଦିରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଦୁଇଟି ପୁସ୍ତକ ଲୋକାର୍ପିତ ହୋଇଥିଲା । ଏହି ଅବସରରେ ୨୦୦ ଦୃଷ୍ଟିବାଧିତଙ୍କୁ ଶ୍ରୀମଦ ଭାଗବତ ଗୀତା, ଶ୍ରୀମଦ ଭାଗବତ ମହାପୁରାଣର ଏକାଦଶ ସ୍କନ୍ଧ ବିତରଣ କରାଯାଇଥିଲା ।

ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ପ୍ରଶାସନିକ ଅଧିକାରୀ ସନ୍ୟାସୀ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉଦଘାଟନ କରିଥିଲେ । ଏଥିରେ ଏସସିବି ମେଡ଼ିକାଲ କଲେଜର ପ୍ରାଧ୍ୟାପକ ସୁଧାଂଶୁ ଭୂଷଣ ମିଶ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସଦସ୍ୟ ସୁରେନ୍ଦ୍ରନାଥ ଛୋଟରାୟ, ଓଡ଼ିଶା ଦାନ ଉତ୍ସବ ସଭାପତି ବିପିନ ମହାନ୍ତି, ମହିଳା କମିଶନର ପୂର୍ବତନ ସଦସ୍ୟା ସସ୍ମିତା ନନ୍ଦ, ଆନନ୍ଦ ଚାରିଟେବୁଲ ଟ୍ରଷ୍ଟ ସଭାପତି ଅନ୍ନପୂର୍ଣ୍ଣା ମହାନ୍ତି, ପୁଣ୍ୟାଶ୍ରମର ସମ୍ପାଦିକା ରେଣୁବାଳା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ହେମନ୍ତ ପ୍ରଧାନଙ୍କ ବିଷ୍ଣୁସହସ୍ର ନାମ, କିଶୋର ପ୍ରସାଦ ମଧ୍ୟ ଇଂରାଜୀ ସ୍କୁଲର ସରକାରୀ ଶିକ୍ଷକ ଗିରୀଶ ବେହେରା ଜଗନ୍ନାଥ ଅଷ୍ଟକମ୍, ରମାଦେବୀ କଲେଜ ଛାତ୍ରୀ ଶ୍ଵେତା ବେହେରା ବେଦ ପାଠ କରିଥିଲେ । ଗୋପାଳକୃଷ୍ଣ ସାହୁ ସମାପନୀ ସଙ୍ଗୀତ ଗାନ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *