ବିକାଶ କୁମାର ସାହୁ

ମୁହଁରେ ତୁମର ଏମିତି
ନିତ୍ୟ ହସ ଥାଉ l
ତୁମ ଜନ୍ମଦିନରେ ମୋର
ସଦା ଏମିତି ହିଁ କାମନାମାନ ରହୁ ll

ତୁମର ଅନେକ ଆଶା, ଆକାଂକ୍ଷା ଓ
ସମ୍ପର୍କ ସବୁ,
ସଫଳତାର ପାହାଚ ଚଢ଼ି ଚଢ଼ି ଯାଉ l
ଆଉ ବେଳେବେଳେ
ଅସରାଏ ବର୍ଷା ଆସି,
(ଯଦିବା; ଦୁଃଖ ଅଛି ମନେ !)
ଅଜାଣତେ ତୁମ,
ଦୁଃଖ ଧୋଇ ନେଉ l
ତୁମ ଜନ୍ମଦିନରେ ମୋର
ସଦା ଏମିତି ହିଁ କାମନାମାନ ରହୁ ll

ଶରୀରେ ବୟସ ବଢ଼ି ବଢ଼ି ଯାଉ l
ହେଲେ,
ମନେ ତୁମ ସଦା
ଯଉବନ ଭରି ରହି ଥାଉ l
ତୁମ ଜନ୍ମଦିନରେ ମୋର
ସଦା ଏମିତି ହିଁ କାମନାମାନ ରହୁ ll

ଦେହ ତୁମ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ହେଇ ରହୁ l
ଆଉ,
ଅନ୍ୟର ଆଘ୍ରାଣରେ ସମ୍ପର୍କ ବି
ଲୋଭନୀୟ ହେଉ l
ତୁମ ଜନ୍ମଦିନରେ ମୋର
ସଦା ଏମିତି ହିଁ କାମନାମାନ ରହୁ ll

ତୁମ ମନ ଓ କର୍ମର ମିଳନ
(ପରିଣୟ) ଶୁଭଙ୍କର ହେଉ l
ବୁଦ୍ଧି ଓ ବିବେକେ,
ଜୀବନ ତୁମ
ସଫଳତା ପାଉ l
ତୁମ ଜନ୍ମଦିନରେ ମୋର
ସଦା ଏମିତି ହିଁ କାମନାମାନ ରହୁ ll

ବେଳେବେଳେ ଆଖିରେ
ଅମାନିଆଁ ଲୁହ ଆସୁଥିଲେ,
ଦୁଃଖୀଜନେ-ଲୁହ ମନେ ଦେଖି
ଆପେ ଆପେ ହାତ ଆସି
ଲୁହ ପୋଛି ନେଉ l
ତୁମ ଜନ୍ମଦିନରେ ମୋର
ସଦା ଏମିତି ହିଁ କାମନାମାନ ରହୁ ll

ତୁମ,
ଲୁହ-ଝରଣାର ଲମ୍ବା,
ଯେତେ ଉଚ୍ଚ ହେଉ,
ଖୁସୀର ନଈରେ ମିଶିମିଶି
ହସର ସମୁଦ୍ର ଛୁଇଁ ଯାଉ l
ତୁମ ଜନ୍ମଦିନରେ ମୋର
ସଦା ଏମିତି ହିଁ କାମନାମାନ ରହୁ ll

ଜୀବନରେ ତୁମ,
ଅନେକ ସମ୍ଭାବନା ଧରି
ନିତି ଏକ ନୂତନ
ସୂର୍ଯ୍ୟୋଦୟ ହେଉ l
ତୁମ ଜନ୍ମଦିନରେ ମୋର
ସଦା ଏମିତି ହିଁ କାମନାମାନ ରହୁ ll

ଗ୍ରା/ପୋ -ତରାପୁର, ଭାୟା-ଧର୍ମଗଡ଼, ଜିଲ୍ଲା-କଳାହାଣ୍ଡି, ୭୬୬୦୧୫, ମୋବାଇଲ – ୯୯୩୭୯୧୯୨୩୭

ଲେଖକ ପରିଚୟ

ମୁଁ ଜଣେ ସମାଜ ସେବକ ତଥା ସାହିତ୍ୟକୁ ଭଲପାଉଥିବା ମଣିଷ l ଏଯାଏଁ ମୋର କବିତାମାନ ବିଭିନ୍ନ ପତ୍ର-ପତ୍ରିକାରେ ପ୍ରକାଶିତ ହୋଇଛି l

Related Posts

Leave a Reply

Your email address will not be published. Required fields are marked *