କଥାକାର ଉମାଶଙ୍କର ମିଶ୍ରଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଯାଇଛି

ଭୁବନେଶ୍ୱର : ଉତ୍କଳ ସାହିତ୍ୟ କଳା ପରିଷଦ ପକ୍ଷରୁ ସ୍ଥାନୀୟ ଶାରଳା ଭବନ ଠାରେ ଭାଷା ପ୍ରକାଶନ ଦ୍ଵାରା ପ୍ରକାଶିତ ହୋଇଯାଇଛି କଥାକାର ଉମାଶଙ୍କର ମିଶ୍ରଙ୍କର ଦୁଇଟି ପୁସ୍ତକ । ଉପନ୍ୟାସ ‘ରହସ୍ୟାବୃତ୍ତ’ ଓ ଜୀବନୀ ପୁସ୍ତକ ‘ବିଶ୍ୱବିଖ୍ୟାତ ବୈଜ୍ଞାନିକ’ ପୁସ୍ତକ ଦୁଇଟିର ଉନ୍ମୋଚନ ଉତ୍ସବରେ ଗୋପୀନାଥ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ଏହାସହିତ ସେ ଅତିଥି ପରିଚୟ ମଧ୍ୟ ପ୍ରଦାନ କରିଥିଲେ । ଉତ୍କଳ ସାହିତ୍ୟ କଳା ପରିଷଦର ସାଧାରଣ ସମ୍ପାଦକ ନାଟ୍ୟକାର ସଂଜିତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାହିତ୍ୟ ସଭାରେ ସାହିତ୍ୟିକ ବୈଷ୍ଣବ ଚରଣ ସାମଲ ମୁଖ୍ୟଅତିଥି, କଥାକାର ତରୁଣ କୁମାର ସାହୁ ମୁଖ୍ୟବକ୍ତା ଏବଂ ସମାଲୋଚକ ଚିତ୍ତରଞ୍ଜନ ପଣ୍ଡା ସମୀକ୍ଷକ ରୂପେ ଯୋଗ ଦେଇଥିଲେ ।

ସୂଚନା ନିମନ୍ତେ ଶ୍ରୀଯୁକ୍ତ ଉମାଶଙ୍କରଙ୍କ ଉପନ୍ୟାସ ‘ରହସ୍ୟାବୃତ୍ତ’ରେ ସର୍ବଧର୍ମର ଅପୂର୍ବ ସମନ୍ଵୟ ସହ ମାନବିକ ମୂଲ୍ୟବୋଧର ଏକ ନିଦର୍ଶନ ଦେଖିବାକୁ ମିଳିବ । ସମାଜର ଦଳିତ, ଶୋଷିତ ଓ ନିଷ୍ପେସିତ ଲୋକମାନଙ୍କର କଥାକୁ ବୈଚିତ୍ରମୟ ଶୈଳୀ ଓ ଶବ୍ଦ ବିନ୍ୟାସରେ ପୁସ୍ତକଟି ପରିପୁଷ୍ଟ ହୋଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *