ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ପାଇବେ ‘ନବଗୁଞ୍ଜର ସମ୍ମାନ-୨୦୨୩’

ଭୁବନେଶ୍ୱର : ନବଗୁଞ୍ଜର ସଂସ୍କୃତି ମଞ୍ଚ, ଭୁବନେଶ୍ୱର ପକ୍ଷରୁ ୨୦୨୩ ବର୍ଷ ପାଇଁ ବରିଷ୍ଠ ଶିଶୁ ସାହିତ୍ୟିକ, ସ୍ୱନାମଧନ୍ୟ କଥାକାର, ସଂସ୍କୃତି ପ୍ରେମୀ, ଜୀବନୀ ଲେଖକ ତଥା ଲୋକପ୍ରିୟ ସ୍ତମ୍ଭକାର ପ୍ରଫେସର ଦାଶ ବେନହୁର(ଜିତେନ୍ଦ୍ର ନାରାୟଣ ଦାଶ) ‘ନବଗୁଞ୍ଜର ସମ୍ମାନ’ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ଅକ୍ଟୋବର ୧୪ ତାରିଖ ଦିନ ଭୁବନେଶ୍ୱର ବୁଦ୍ଧ ମନ୍ଦିର ପରିସରରେ ଏହି ସମ୍ମାନ ସଭା ଅନୁଷ୍ଠିତ ହେବ ବୋଲି ନବଗୁଞ୍ଜର ସଂସ୍କୃତି ମଞ୍ଚ ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ପୁରସ୍କାର ସ୍ୱରୂପ ତାଙ୍କୁ ତାମ୍ରଫଳକ ମାନପତ୍ର, ଅର୍ଥରାଶି ଓ ଉତ୍ତରୀୟ ପ୍ରଦାନ କରାଯିବ । ଓଡ଼ିଶାର ବହୁମୁଖୀ ସଂସ୍କୃତି, ଐତିହ୍ୟ ଓ ଗୌରବମୟ ପରମ୍ପରା ବିଷୟରେ ଉତ୍କୃଷ୍ଟ ଉପସ୍ଥାପନା, ସମୀକ୍ଷା, ଗବେଷଣା ଓ ମୌଳିକ ସୃଜନ ଆଦି ଚିହ୍ନଟ ଓ ସମ୍ମାନିତ କରିବା ହିଁ ଏହି ପୁରସ୍କାରର ମୁଖ୍ୟ ଉଦ୍ଦେଶ୍ୟ ।

ସୂଚନାଥାଉ ଯେ ଗତ ତିନିବର୍ଷ ଧରି ଏହି ସଂସ୍କୃତି ମଞ୍ଚ ବିଭିନ୍ନ ସଭା ସମିତି, ବୌଦ୍ଧିକ ଆଲୋଚନା ଚକ୍ର ଆଦି ଆୟୋଜିତ କରି ଓଡ଼ିଆ ସଂସ୍କୃତିର ମୁଖ୍ୟ ସମ୍ପଦ, ସମସ୍ୟା ଓ ସମାଧାନ ଆଦି ସର୍ବସାଧାରଣଙ୍କ ନିକଟରେ ଉପସ୍ଥାପିତ କରିଆସୁଛି । ଏଯାବତ ୩୩ ଗୋଟି ଅଧିବେଶନ ଆୟୋଜିତ ହୋଇସାରିଛି ।

Related Posts

Leave a Reply

Your email address will not be published. Required fields are marked *