ସଲୋନୀ ମହାନ୍ତିଙ୍କ ନିଃଶବ୍ଦ ଝଙ୍କାର’ ଉନ୍ମୋଚିତ

ଭୁବନେଶ୍ଵର : ବ୍ଲାକ ଈଗଲ ବୁକ୍ସ ପ୍ରକାଶିତ କବୟତ୍ରୀ ସଲୋନୀ ମହାନ୍ତିଙ୍କ କବିତା ସଂକଳନ ‘ନିଃଶବ୍ଦ ଝଙ୍କାର’ ଉନ୍ମୋଚିତ ହୋଇଯାଇଛି । ଭୁବନେଶ୍ଵରର ସିଆରପି ସ୍ଥିତ ବିଇବି ଇଣ୍ଟେଲେକ୍ଟ ସେଣ୍ଟରଠାରେ ଉକ୍ତ ପୁସ୍ତକଟିର ଉନ୍ମୋଚନ ସମାରୋହ ହୋଇଥିଲା । ଏହି ଅବସରରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଲେଖକ ଫନୀ ମହାନ୍ତି ପୁସ୍ତକଟିକୁ ଉନ୍ମୋଚନ କରିଛନ୍ତି ।

ପ୍ରବାସୀ ଓଡ଼ିଆ ସାହିତ୍ୟ ଜଗତର ଜଣେ ଜଣାଶୁଣା ନାମ ହେଉଛି ସଲୋନୀ ମହାନ୍ତି । ପ୍ରାୟ ଚଉଦ ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ରହିଲା ପରେ ବି ଓଡ଼ିଆ ଭାଷା ପ୍ରତି ତାଙ୍କ ପ୍ରୀତି ଓ ସରାଗ ତାଙ୍କୁ ଦ୍ଵିତୀୟ କବିତା ସଂକଳନ ଆଡ଼କୁ ଟାଣି ନେଇଛି । ତାଙ୍କର ପ୍ରଥମ କବିତା ସଂକଳନ ‘ଅନୁରୁକ୍ତି’ ପରେ ଏହା ଥିଲା ଦ୍ଵିତୀୟ କବିତା ସଂକଳନ । ତେବେ ସମାରୋହରେ ସମ୍ମାନିତ ଅତିଥି ରୂପେ ବିଶ୍ଵଭାରତୀ-ଶାନ୍ତିନିକେତନର ଓଡ଼ିଆ ବିଭାଗର ଅଧ୍ୟାପକ ରବୀନ୍ଦ୍ର କୁମାର ଦାସ ଏହି ପୁସ୍ତକର ସମୀକ୍ଷା କରିଥିଲେ । ସମାରୋହର ପ୍ରାରମ୍ଭରେ ଅଶୋକ ପରିଡ଼ା ସ୍ଵାଗତ ଭାଷଣ ଦେଇଥିବାବେଳେ ପ୍ରିୟବ୍ରତ ମହାଳିକ ଓ ବିରଞ୍ଚିନାରାୟଣ ନାୟକ ପରିଚାଳନା ଦାୟିତ୍ଵରେ ଥିଲେ ।

Related Posts

Leave a Reply

Your email address will not be published. Required fields are marked *