ପୁରାଣବିତ ଦେବଦତ୍ତ ପଟ୍ଟନାୟକଙ୍କ ‘ଟେଲ୍‌ସ ଫ୍ରମ୍‌ ଦି ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ’ ଉନ୍ମୋଚିତ ହୋଇଯାଇଛି

ଭୁବନେଶ୍ଵର : ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ତଥା ଓଡ଼ିଆ ମିଡ଼ିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଆନୁକୂଲ୍ୟରେ ବାଣୀବିହାର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ତଥା ପୁରାଣବିତ ଦେବଦତ୍ତ ପଟ୍ଟନାୟକଙ୍କ ‘ଟେଲ୍‌ସ ଫ୍ରମ୍‌ ଦି ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହାସହିତ କିଟ୍‌ ବିଶ୍ଵବିଦ୍ୟାଳୟର ଉପକୁଳପତି ତପନ ପଣ୍ଡାଙ୍କ ଅନୂଦିତ ‘ଜଗନ୍ନାଥ ଦେଶର କଥା’ ମଧ୍ୟ ଉନ୍ମୋଚିତ ହୋଇଛି ।

ଅନେକ ବିଶିଷ୍ଟ ଲେଖକ, ଗବେଷକ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍. ବାଲକ୍ରୀଷ୍ଣନ୍‌ ମୁଖ୍ୟଅତିଥି, ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ସମେତ ଅନୁବାଦକ ଶ୍ରୀ ପଣ୍ଡା ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅର୍ଦ୍ଧ ଶତାଦ୍ଦୀ ପୂର୍ବରୁ ଓଡ଼ିଶା ଏବଂ ଓଡ଼ିଆଙ୍କ ପରିଚୟର ଆଧାର ଶ୍ରୀଜଗନ୍ନାଥ ଥିଲେ । ଓଡ଼ିଶା କହିଲେ ଜଗନ୍ନାଥଙ୍କ ଦେଶ ବୋଲି ସମସ୍ତେ ଜାଣନ୍ତି । ଭାରତର ଅନ୍ୟ ରାଜ୍ୟର ଆରାଧ୍ୟ ଦେବଦେବୀଙ୍କ ନାଆଁରେ ସେହି ନିର୍ଦ୍ଦିଷ୍ଟ ରାଜ୍ୟ ପରିଚିତ ହେଉନଥିବା ବେଳେ ଓଡ଼ିଶା ଜଗନ୍ନାଥଙ୍କ ରାଜ୍ୟ ଭାବେ ପରିଚିତ ହେବା ଏକ ବ୍ୟତିକ୍ରମ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ‘ସୋମନାଥରୁ ଜଗନ୍ନାଥ’ ଶୀର୍ଷକରେ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ବାଲକ୍ରୀଷ୍ଣନ୍‌ ଙ୍କ ମଧ୍ୟରେ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାରେ ପୁରାଣ ଓ କିମ୍ବଦନ୍ତୀ ସହ ଇତିହାସ ସମ୍ବଳିତ ତଥ୍ୟର ସାମଞ୍ଜସ୍ୟ ଏବଂ ଦୃଷ୍ଟି, ଦିବ୍ୟଦୃଷ୍ଟି ଓ ଦର୍ଶନ କିପରି ଭାବରେ ଭିନ୍ନ ସେ ବିଷୟରେ ଆଲୋଚକମାନେ ଆଲୋଚନା କରି ନିଜ ନିଜର ମତବ୍ୟକ୍ତ କରିଥିଲେ । ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବହୁ ଲେଖକ, ପାଠକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିବା ସୂଚନା ମିଳେ ।

Related Posts

Leave a Reply

Your email address will not be published. Required fields are marked *