ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ କର୍ମଶାଳା ଉଦ୍‌ଯାପିତ

ଭୁବନେଶ୍ୱର : ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଆରମ୍ଭ ହୋଇଥିବା ୧୫ ଦିନିଆ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଏହି କର୍ମଶାଳାରେ ଯୋଗ ଦେଇଥିବା ପ୍ରାୟ ୧୦୦ ଜଣ ସ୍ନାତକୋତ୍ତର, ଏମ୍‌.ଫିଲ୍‌ ଏବଂ ପି.ଏଚ୍‌ଡି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହାସହିତ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଏବଂ ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ପଦଚିହ୍ନ ଉଭୟ ଓଡ଼ିଆ ଓ ଇଂରାଜୀ କଫି ଟେବୁଲ୍‌ ବୁକ୍‌, ଆନନ୍ଦ ଭବନ ସଂଗ୍ରହାଳୟର ଭର୍ଚୁଆଲ୍‌ ୱାକ୍‌ ଥ୍ରୁ, ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ସ୍ୱତନ୍ତ୍ର ଓଡ଼ିଶା ହିଷ୍ଟୋରିକାଲ୍‌ ରିସର୍ଚ୍ଚ ଜର୍ଣ୍ଣାଲ୍‌ ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରାଚୀନ ତାଳପତ୍ର ପୋଥିର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିରୁ ଆମର ସୁସମୃଦ୍ଧ ସାହିତ୍ୟ, ଇତିହାସ, ପରମ୍ପରା, ପ୍ରାଚୀନ ଚିକିତ୍ସା ପଦ୍ଧତି ସଂପର୍କରେ ଅଧିକରୁ ଅଧିକ ଗବେଷଣାତ୍ମକ ତଥ୍ୟ ହାସଲ କରିହେବ ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ ।

ଏହି ପାକ୍ଷିକ କର୍ମଶାଳାରେ ରମେଶ ଚନ୍ଦ୍ର ମଲ୍ଲିକ, ଜ୍ୟୋତିରାଜ, ପ୍ରଦୀପ୍ତ କୁମାର ପଣ୍ଡା, ନଟବର ଶତପଥୀ, ବାବାଜୀ ଚରଣ ପଟ୍ଟନାୟକ, ଜ୍ଞାନୀ ଦେବାଶିଷ ମିଶ୍ର, ଫଣୀନ୍ଦ୍ର ଭୂଷଣ ନନ୍ଦ, କୌଶିକ ନାଥ, ସନ୍ତୋଷ କୁମାର ରଥ, ସନ୍ତୋଷ କୁମାର ତ୍ରିପାଠୀ, ଭାଗ୍ୟଲିପି ମଲ୍ଲ, ଭାରତୀ ପାଲ୍‌, ଅରୁଣ କୁମାର ନାୟକ, ବିଭାସ କୁମାର, ଅଜିତ କୁମାର ନାୟକ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ ।  ଏହି ସମସ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

Leave a Reply

Your email address will not be published. Required fields are marked *