ଦେବଯାନୀ ରାୟ

ଅକସ୍ମାତ ସମ୍ପର୍କର ଖୁଣ୍ଟସବୁ ଦୋହଲିବାକୁ ଲାଗିଲେ
କାହିଁ ଝଡ଼ର ଟିକିଏ ବି ଆଭାସ ନଥିଲା
ପୁଣି ଥରେ ବର୍ଷାର ତାଣ୍ଡବ
ମଞ୍ଜି ତ ବୁଣି ନଥିଲା
ଅବା ଦକ୍ଷିଣ ପଟୁ
ପକ୍ଷୀଙ୍କର କୋଳାହଳ
କେଉଁଠି ଶୁଭୁନଥିଲା…..
ପୁରୁଣା ହିସାବ ଖାତାରେ
ସଂମ୍ପର୍କର ଶବ୍ଦ ଖୋଜୁ ଖୋଜୁ
ଆନ୍ଦୋଳିତ କରୁଥିଲା
କିଛି ଅବ୍ୟକ୍ତ ଅବଶୋଷ
ଡ଼ୋରିର ଗଣ୍ଠିକୁ ମଜଭୁତ କଲାବେଳେକୁ
ହାତରୁ ଖସି ଗଲା
ବହୁ ଆବେଗରେ ପୂର୍ଣ୍ଣ ପ୍ରଶ୍ଵାସ
ପବନର ଗନ୍ଧକୁ ଶୁଙ୍ଘିଲା ବେଳକୁ
କିଛି ଆପଣାର ବାସ୍ନା ଥିଲା
ଅତି ଉଗ୍ର ଓ ବିଚିତ୍ର
ଆଉ ଏବେ ନହଙ୍କି ଯାଇ
ଧରାଶାୟୀ ହେଉଛି ସମ୍ପର୍କର ପରିଭାଷା
ସବୁକିଛି ସଜାଡ଼ି ନେବାର ବ୍ୟର୍ଥ ପ୍ରୟାସ
ଅବଶ୍ୟ କଳାମେଘୀ ବାଦଲ ଉହାଡ଼ୁ
ଅବୁଝା ମଲା ଜହ୍ନ ଉକୁଟି ଉଠୁଛି
ଆକାଶରେ……..
ତେବେ କ’ଣ ଅନ୍ଧାରର ସେହି ଶବ୍ଦ
ବଦଳି ସାରିଛି
ପ୍ରତି ଶବ୍ଦରେ…….

ମାର୍ଫତ୍‌- ସ୍ବରୂପ ରଂଜନ ରାୟ, ରାମଚନ୍ଦ୍ରପୁର ବଜାର,
ଜଟଣୀ, ଖୋର୍ଦ୍ଧା, ମୋ-୯୪୩୭୪୧୩୩୧୪

Related Posts

Leave a Reply

Your email address will not be published. Required fields are marked *