ଗବେଷଣା ପାଇଁ ମିଳିବ ୭ଲକ୍ଷ

ଭୁବନେଶ୍ୱର: ଗବେଷଣା ପ୍ରତି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଆଗେଇ ଆସିଛନ୍ତି । ଓଡି଼ଆ ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା(ଓୟୁଆରଆଇଆଇପି)ରେ ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି । ଚଳିତ ବର୍ଷଠାରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଅନୁଦାନ ରାଶିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଯୁବ ଅଧ୍ୟାପକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭାଗ ପକ୍ଷରୁ ଦୁଇ ବର୍ଷ ଲାଗି ୫ଲକ୍ଷ ଅର୍ଥ ରାଶି ପ୍ରଦାନ କରାଯାଉଥିଲା । ଏଣିକି ଏହି ପାଣ୍ଠି ୭ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିସହ ଯଦି ଜଣେ ଅଧ୍ୟାପକ କୌଣସି ପ୍ରତିଷ୍ଠିତ ପତ୍ରିକାରେ ଗବେଷଣାଲବ୍ଧ ତଥ୍ୟ ପ୍ରକାଶ କରିବାକୁ ଚାହିଁଲେ ବିଭାଗ ପକ୍ଷରୁ ସହାୟତା କରାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।
ପାଣ୍ଠି କେଉଁମାନଙ୍କୁ ଦିଆଯିବ ସେ ନିଷ୍ପତ୍ତି ଓଡି଼ଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ(ଓଏସ୍‍ଏଚ୍‍ଇସି) ନେବ । ରିସର୍ଚ୍ଚ ସ୍କଲାରସିପ୍‍ ଲାଗି ପ୍ରତି ବର୍ଷ ମାର୍ଚ୍ଚ ମାସ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରାଯିବ ଏବଂ ମେ’ ମାସ ସୁଦ୍ଧା ପରୁସ୍କାର ଦିଆଯିବ ।
୩୫ଟି ବିଷୟରେ ଛାତ୍ରଛାତ୍ରୀଙ୍କୁ ଫେଲୋସିପ୍‍ ମିଳିବ । ପ୍ରାର୍ଥୀ ନେଟ୍‍ରେ କୃତକାର୍ଯ୍ୟ ହୋଇଥିବା ଆବଶ୍ୟକ । ପ୍ରତି ମାସର ପ୍ରଥମ ସପ୍ତାହରେ ସ୍କଲାରଙ୍କ ବ୍ୟାଙ୍କ ଆକାଉଣ୍ଟଙ୍କୁ ସିଧାସଳଖ ଅର୍ଥ ଯିବ ।

Related Posts

Leave a Reply

Your email address will not be published. Required fields are marked *