ସୁଷମା ଲେଙ୍କାଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଲେଖିକା ସୁଷମା ଲେଙ୍କାଙ୍କର ଗଳ୍ପ ସଙ୍କଳନ ‘ନୂଆ ସକାଳର ସୂର୍ଯ୍ୟ’ ଓ ଗୀତି କବିତା ସଙ୍କଳନ ‘ଶ୍ରୀକ୍ଷେତ୍ର ମହିମା’କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଓଡି଼ଶା ଲେଖିକା ସଂସଦର ସମ୍ପାଦିକା ଶକୁନ୍ତଳା ବଳିୟାରସିଂହ ଉପସ୍ଥିତ ଥିଲେ । ସାଧାରଣ ମଧ୍ୟବିତ୍ତ ପରିବାର ନିଜର ଦୈନନ୍ଦିନ ଜୀବନରେ ସାମ୍ନା କରୁଥିବା ତିକ୍ତ ମଧୁର ଅନୁଭୂତିକୁ ନେଇ ଗାଳ୍ପିକା ଶ୍ରୀମତୀ ଲେଙ୍କା ଲେଖିଥିବା ୨୧ଟି ଗଳ୍ପ ସଙ୍କଳନରେ ସ୍ଥାନ ପାଇଛି । ଯେଉଁ ଘଟଣାର ଚରିତ୍ରମାନେ ଲେଖିକାଙ୍କ ସତ୍ତାକୁ ପୂର୍ଣ୍ଣ ରୂପେ ଆବୋରି ବସନ୍ତି, ସେହି ବାସ୍ତବ ଚରିତ୍ର ଓ ନିଜ ଅନୁଭୂତିକୁ ନେଇ ଏଇ ଗଳ୍ପଗୁଡି଼କ ଗତିଶୀଳ । ଏ ପୁସ୍ତକ ଲେଖିକାଙ୍କ ପ୍ରଥମ ଗଳ୍ପ ସଙ୍କଳନ । ଦ୍ୱିତୀୟ ପୁସ୍ତକ ‘ଶ୍ରୀକ୍ଷେତ୍ର ମହିମା’ରେ ୫୯ଟି ସ୍ୱରଚିତ ଭକ୍ତି ନୈବେଦ୍ୟ ଗୀତିକବିତା ଶ୍ରୀ ଜଗନ୍ନାଥଙ୍କ ଉପରେ ପର୍ଯ୍ୟବସିତ ହୋଇଛି । ଉତ୍ସବରେ ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକ ଉପସ୍ଥିତ ଥିଲେ ।

Related Posts

Leave a Reply

Your email address will not be published. Required fields are marked *