ବହି: ହୋଲ ନମ୍ବରସ୍‍ ଆଣ୍ଡ ହାଫ ଟ୍ରୁଥସ୍‍: ହ୍ଵାଟ ଡାଟା କ୍ୟାନ ଆଣ୍ଡ କ୍ୟାନନଟ ଟେଲ୍‍ ଅସ୍‍ ଆବାଉଟ୍‍ ମଡର୍ଣ୍ଣ ଇଣ୍ଡିଆ
ଲେଖିକା: ରୁକ୍ମିଣୀ ଏସ୍‍
ପ୍ରକାଶକ : ୱେଷ୍ଟଲାଣ୍ଡ, ମୂଲ୍ୟ: ୬୯୯ ଟଙ୍କା

ରୁକ୍ମିଣୀ ଏସ୍‍ ଜଣେ ତଥ୍ୟ ସାମ୍ବାଦିକା । ଡାଟା ଜର୍ଣ୍ଣାଲିଷ୍ଟ । ଗତ ବେଶ୍‍ କିଛି ବର୍ଷଧରି ସେ ତଥ୍ୟକୁ ଏକୀଭୂତ ଏବଂ ବିଶ୍ଳେଷଣ କରି କେମିତି ସତ୍ୟର ନିକଟବର୍ତ୍ତୀ ହେଇହବ ସେ ବିଷୟରେ ଲେଖୁଛନ୍ତି । ଗୋଟିଏ ବିଷୟରେ ଅନେକ ତଥ୍ୟ (ବିଗ୍‍ ଡାଟା)କୁ ନେଇ କେମିତି ଗୋଟେ ଧାରାକୁ ରେଖାଙ୍କିତ କରାଯାଇପାରେ ସେଥିରେ ସେ ପାରଙ୍ଗମ । ଏ ପୁସ୍ତକରେ ସେ ତଥ୍ୟ ଏବଂ ତାର ବିଷ୍ଳେଶଣରେ କଣ ସବୁ ଭୁଲ ଭଟକା ରହିଯାଇପାରେ ଯାହାଫଳରେ ସତ୍ୟ ଉଜାଗର ହୋଇପାରେ ନାହିଁ, ସେ ବିଷୟଟି ମଧ୍ୟ କହିଛନ୍ତି ।

ଏ ପୁସ୍ତକଟି ୧୧ଟି ଖଣ୍ଡରେ ବିଭକ୍ତ । ଏହାର ଉପସଂହାର ଅଧ୍ୟାୟଟିରେ ଏକବିଂଶ ଶତାବ୍ଦୀରେ ତଥ୍ୟ ଉପଲବବ୍ଧ କରିବା କ୍ଷେତ୍ରରେ ଭାରତ କେଉଁ ସ୍ଥିତିରେ ରହିଛି ସେ ବିଷୟରେ ଲେଖାଯାଇଛି । ତେବେ ମୁଖ୍ୟତଃ ଏ ବହିଟି ଭାରତରେ ତଥ୍ୟର ଆଭେଲବିଲିଟି ଏବଂ କେମିତି କିଛି କିଛି ଜରୁରୀ ତଥ୍ୟର ଅନୁପସ୍ଥିତି ଯୋଗୁଁ ତଥ୍ୟ ବିଶ୍ଳେଷଣରେ ଅଭାବ ରହିଯାଏ ସେ ବିଷୟଟିକୁ ରେଖାଙ୍କିତ କରିଛନ୍ତି ।

ଏ ବହିର ବିଭିନ୍ନ ଅଧ୍ୟାୟରେ ଦେଶ ପରିଚାଳନା ଏବଂ ଦେଶବାସୀଙ୍କ ଜୀବନର ବିଭିନ୍ନ ବିଭବ ବିଷୟରେ ଆଲୋଚନା କରାଯାଇଛି । ଲୋକେ କେମିତି ଭୋଟ୍‍ ଦିଅନ୍ତି, କେମିତି ଅର୍ଥ ଉପାର୍ଜନ ଏବଂ ଖର୍ଚ୍ଚ କରନ୍ତି – ଏଠୁ ସ୍ୱାସ୍ଥ୍ୟସେବା, ଶିକ୍ଷା ଆଦି ବିଭିନ୍ନ ବିଭାଗ କଥା ଲେଖାଯାଇଛି ।

ଗୋଟେ ଅଧ୍ୟାୟରେ କୋର୍ଟ ଏବଂ ପୋଲିସ୍‍ କଥା ଲେଖାଯାଇଛି । ପ୍ରଶ୍ନ କରାଯାଇଛି: ଭାରତୀୟ କୋର୍ଟରେ ଏତେ ସଂଖ୍ୟକ ମକଦ୍ଦମା କାହିଁକି ବିଚାର ନ ହୋଇ ପଡିରହୁଛି । ବର୍ଷକୁ ବର୍ଷ ଏ ସଂଖ୍ୟା ବଢ଼ୁଛି । ଫଳରେ ଲୋକମାନଙ୍କ ଉପରେ ଆର୍ଥିକ ବୋଝ କେତେ ପଡୁଛି କେମିତି ଲୋକେ ନ୍ୟାୟ ପାଇପାରୁନାହାନ୍ତି ଠିକ୍‍ ସମୟରେ ସେ ବିଷୟଟି କଥା ଲେଖାଯାଇଛି । ତେବେ ଏଠି ତଥ୍ୟଯେଉଁ ଦିଆଯାଇଛି ତାର ବିଶ୍ଳେଷଣରେ ବିଚାର ବିଭାଗରେ କର୍ମୀସଂଖ୍ୟା କେତେ ଅଛନ୍ତି ଏବଂ କେତେ ଅଭାବ ରହିଛି ସେ ବିଷୟପ୍ରତି ବିଶେଷ ଦୃଷ୍ଟି ଦିଆଯାଇ ନାହିଁ । ଏଇ ବିଷୟଟି ପ୍ରତି ଦୃଷ୍ଟି ନଦେଲେ ବିଶ୍ଳେଷଣରେ ଯେଉଁ ନିର୍ଣ୍ଣୟରେ ପହଞ୍ôଚବା ଆମେ ତାହା ଠିକ୍‍ ନ୍ୟାୟୋଚିତ ହେବନାହିଁ ।

ତଥ୍ୟ ଦେଲା ବେଳେ ଅନେକ ସମୟରେ ସରକାର କିଛି କ୍ରିଟିକାଲ ଡାଟା ହୁଏତ ଦିଅନ୍ତି ନାହିଁ ବା ସେ ପରିସଂଖ୍ୟାନ ସହଜରେ ମିଳେ ନାହିଁ । ଯାହାଫଳରେ ପ୍ରକୃତ ସତ୍ୟ ଅନୁସନ୍ଧାନ ବା ସତ୍ୟ ଉଜାଗର ହେବାରେ ବାଧା ଉପୁଜେ । ଏଇ ବିଷୟଟିକୁ ଅନ୍ୟ ଅନେକ ପରିସଂଖ୍ୟାନବିତ୍‍ ଏବଂ ବୁଦ୍ଧିଜିବୀ ମଧ୍ୟ ରେଖାଙ୍କିତ କରିଛନ୍ତି ।

ଅନେକ ସମୟରେ ତଥ୍ୟ ସତ୍ୟ ହେଲେ ବି ସଠିକ୍‍ ପରିପ୍ରେକ୍ଷୀ, ପ୍ରେକ୍ଷାପଟ ଏବଂ ବିଶ୍ଲେଷଣ ଅଭାବରେ ତା ଜରିଆରେ ସଂପୁର୍ଣ୍ଣ ସତ୍ୟ ଠିକ୍‍ ଭାବରେ ଉଜାଗର ନ ହୋଇପାରେ । କରୋନା ସମୟରେ ଏଭଳି ଅନେକ କ୍ଷେତ୍ରରେ ହୋଇଛି । ତେଣୁ ତଥ୍ୟ ସଂଗ୍ରହ ଏବଂ ଏକୀଭୂତ କଲାବେଳେ ଏବଂ ତାର ବିଶ୍ଲେଷଣ କଲା ବେଳେ ସଠିକ୍‍ ପରିପ୍ରେକ୍ଷୀ ଉପରେ ଅଧିକ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ଏ ବହିର କେତେକ ଅଧ୍ୟାୟରେ (ଉଦାହରଣ ସ୍ଵରୂପ ଦ୍ଵିତୀୟ ଅଧ୍ୟାୟ: ହ୍ଵାଟ ଇଣ୍ଡିଆ ଥିଙ୍କ୍‍ସ, ଫିଲ୍‍ସ ଆଣ୍ଡ ବିଲିଭ୍‍ସ) ଭାରତୀୟମାନଙ୍କ ଚରିତ୍ର ଓ ଅଭ୍ୟାସ ବିଷୟରେ ତଥ୍ୟ ଭିତ୍ତିରେ ଆଲୋଚନା କରାଯାଇଛି । କିଛି ତଥ୍ୟ ଆମକୁ ଆମ ନିଜ ବିଷୟରେ ବଡ଼ କଠିନ କଥା କହେ । ତଥ୍ୟ କହେ: ଆମେ କନ୍‍ଜରଭେଟିଭ୍‍ ଏବଂ ହିପୋକ୍ରାଟ୍‍ । ଆମେ ରକ୍ଷଣଶୀଳ ଏବଂ ମୁହଁରେ ଗୋଟେ କଥା କାମରେ ଆଉ ଗୋଟେ କଲା ବାଲା ଲୋକ ।

ତଥ୍ୟରୁ ଗୁରୁତ୍ଵ ବୁଝିବାକୁ ଏବଂ ତଥ୍ୟ ଜରିଆରେ କଣ କଣ କଥା କେଉଁ ଗଭୀରତାରେ ଜାଣିହେବ- ସେ କଥା ଜାଣିବାକୁ ଏ ବହିଟି ପଢ଼ନ୍ତୁ ।

++

Related Posts

Leave a Reply

Your email address will not be published. Required fields are marked *