ରବି ସ୍ୱାଇଁ ପାଇଲେ ‘ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର’

ଭୁବନେଶ୍ୱର : ବିଶିଷ୍ଟ ଲେଖକ ରବି ସ୍ୱାଇଁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଗତକାଲି ମାର୍ଚ୍ଚ ୩ ତାରିଖରେ ସୁକୁବିନା ସ୍ରଷ୍ଟା ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଥିବା ଏକ ଭବ୍ୟ ଉତ୍ସବରେ ସେ ଏହି ପୁରସ୍କାର ପାଇଲେ । ପୁରସ୍କାର ସ୍ୱରୂପ ଶ୍ରୀ ସ୍ୱାଇଁଙ୍କୁ ପଚାଶ ହଜାର ଟଙ୍କାର ନଗଦ ଅର୍ଥରାଶି ପ୍ରଦାନ କରାଗଲା ।

ସୂଚନାନୂଯାୟୀ ଜାପାନୀ ବାବୁ ଭାବରେ ପରିଚିତ ବିଶିଷ୍ଟ ଲେଖକ ସୁଧୀର କୁମାର ବିଜୟେନ୍ଦ୍ର ନାରାୟଣଙ୍କ ସ୍ମୃତିରେ ପ୍ରତିଷ୍ଠିତ ‘ସୁକୁବିନା ଶ୍ରଦ୍ଧା ମେମୋରିଆଲ ଟ୍ରଷ୍ଟ’ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଆ ସାହିତ୍ୟ, କଳା ଏବଂ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ଜାପାନୀ ବାବୁଙ୍କ ଜନ୍ମଦିନ ଅବସରରେ ବିଶେଷଜ୍ଞଙ୍କ ଦ୍ଵାରା ମନୋନୀତ ପ୍ରତିଭାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଅଛି ।

Related Posts

Leave a Reply

Your email address will not be published. Required fields are marked *