nightsky
Nilima

ନୀଳିମା ନିବେଦିତା

ରାତି ହେଲେ ଆକାଶରେ ତାରା ଫୁଟେ
ଆଉ ମୋ ଦେହରେ, ପରାସର ପରଶ ।


ରାତି ହେଲେ ମୁଦା ଆଖିରେ କିଏ ଦେଖୁଥାଏ ସପନ
ମୋ ଓଠରେ କିନ୍ତୁ, ରଚରଚ ହେଇ ପାଚୁଥାଏ
ଶବ୍ଦଙ୍କ କ୍ଲେଶ,
ବିରତି ମାନଙ୍କର ରାସ,
ଆଉ କିଛି ନିରବତା,
ଜର୍ଜରିତ ଜୀବନର ଅବକାଶ ।


ତମେ ମୋତେ କହିପାର ଠକ, ମିଛୁଆ କିମ୍ବା ସ୍ଵାର୍ଥୀ
ମୁଁ ଯେତେବେଳେ ପ୍ରତାରଣା ଦିଏ ଜିଇଁବାକୁ
ଫେରୁ ନଥାଏ ଆଉଥରେ; ଧାଁଦୌଡ଼ ଜୀବନକୁ !


ତମେ ଗର୍ଜନ କର, ଶବ୍ଦର ବିସ୍ଫୋରଣ କରି
‘ମୁଁ’ କିନ୍ତୁ ବିଲୀନ ସ୍ଥିର ଥାଏ
ଆତଯାତ ହେଉଥାନ୍ତି କେବଳ ନାକପୁଡ଼ାରେ ଶ୍ଵାସ ।

ଲେଖକ ପରିଚୟ
ନିଜକୁ ଯେତେବେଳେ ଖୁବ୍ ଅସହାୟ ମଣେ ଏବଂ ଶବ୍ଦମାନେ ଛାଟିପିଟି ହୁଅନ୍ତି ଛାତି ତଳେ, ଠିକ୍ ସେଇବେଳେ ଉତ୍ତାରି ହୁଏ ଭାବ, ଅନ୍ତର୍ନିହିତ କୋହ, କିଛି ଅସ୍ପଷ୍ଟ ଅବ୍ୟକ୍ତ ସ୍ଵର । ସେଗୁଡ଼ିକୁ ବିଭାଗୀକରଣ କଲେ ଗଢି ହୁଏ କବିତା, ଗଳ୍ପ, ପ୍ରବନ୍ଧ ଅବା ସମୀକ୍ଷା । ପ୍ରାୟ ୭ ବର୍ଷ ହେବ ଲେଖାଲେଖି କ୍ଷେତ୍ରରେ ମୁଁ । ‘ସୃଜନ ଇଣ୍ଡିଆ’ ପ୍ରକାଶନୀରେ ଏଯାବତ୍ ଦୁଇ ଖଣ୍ଡ ବହି (ଖଣ୍ଡେ କବିତା ବହି “ନୀଳ ନିରବତା” ଏବଂ ଖଣ୍ଡିଏ ଗଳ୍ପ ବହି “ବାକିଟା ବ୍ୟକ୍ତିଗତ”) ପ୍ରକାଶିତ ହୋଇଛି । ଶିକ୍ଷାଗତ ଯୋଗ୍ୟତା Masters in Computers ଏବଂ Master of Journalism & Mass Communication ।
ରହଣି : କଳିଙ୍ଗ ବିହାର, ଭୁବନେଶ୍ବର, ୭୫୧୦୦୩, ଦୂରାଭାଷ : ୯୬୬୮୯୯୬୩୮୯

Related Posts

Leave a Reply

Your email address will not be published. Required fields are marked *