ନୀଳିମା ନିବେଦିତା

ସହିତ ଯେ ରହିଲା, ସେ ସାଥୀ
ଆପେ ବାଣ୍ଟି ହୁଏ ଯାହାକୁ, ସିଏ ପ୍ରୀତି
କଦପା କେବେ ବିଶ୍ରାମ ପରି ଲୋଡ଼ା ପଡ଼େ ବି ବିରତି
ଲୁହ ବନିଯାଏ ଯେତେବେଳେ ଶେଷ ସମ୍ପତ୍ତି !

ଏଇ ସେଇ ଶ୍ରାବଣ
ଧୋଇଥିଲା ମୋର ଅତୀତ, ବର୍ତ୍ତମାନ, ଭବିଷ୍ୟ ବିପତ୍ତି
ଆଜି କିନ୍ତୁ ଖୁବ୍ ପର, ଅନେକ ଦୂର
କାରଣ ପଚାରିବାରୁ ଉତ୍ତର ଦେଲା,
ଋତୁ ସାଙ୍ଗରେ ବସିଛି ସେ ମିତ, ସରି ଯିବାରେ ତା’ ନିୟତି ।

କଳିଙ୍ଗ ବିହାର, ଭୁବନେଶ୍ୱର-୦୩, ମୋବାଇଲ୍ ନଂ- ୯୬୬୮୯୯୬୩୮୯

ଲେଖକ ପରିଚୟ

ନିଜକୁ ଯେତେବେଳେ ଖୁବ୍ ଅସହାୟ ମଣେ ଏବଂ ଶବ୍ଦମାନେ ଛାଟିପିଟି ହୁଅନ୍ତି ଛାତି ତଳେ, ଠିକ୍ ସେଇବେଳେ ଉତ୍ତାରି ହୁଏ ଭାବ, ଅନ୍ତର୍ନିହିତ କୋହ, କିଛି ଅସ୍ପଷ୍ଟ ଅବ୍ୟକ୍ତ ସ୍ଵର । ସେଗୁଡ଼ିକୁ ବିଭାଗୀକରଣ କଲେ ଗଢି ହୁଏ କବିତା, ଗଳ୍ପ, ପ୍ରବନ୍ଧ ଅବା ସମୀକ୍ଷା । ପ୍ରାୟ ୭ ବର୍ଷ ହେବ ଲେଖାଲେଖି କ୍ଷେତ୍ରରେ ମୁଁ । ‘ସୃଜନ ଇଣ୍ଡିଆ’ ପ୍ରକାଶନୀରେ ଏଯାବତ୍ ଦୁଇ ଖଣ୍ଡ ବହି (ଖଣ୍ଡେ କବିତା ବହି “ନୀଳ ନିରବତା” ଏବଂ ଖଣ୍ଡିଏ ଗଳ୍ପ ବହି “ବାକିଟା ବ୍ୟକ୍ତିଗତ”) ପ୍ରକାଶିତ ହୋଇଛି । ଶିକ୍ଷାଗତ ଯୋଗ୍ୟତା Masters in Computers ଏବଂ Mass Communication.

Related Posts

Leave a Reply

Your email address will not be published. Required fields are marked *