ଶାବର ଶ୍ରୀକ୍ଷେତ୍ରେ ବର୍ଷା

ଦିବାକର ନାୟକ

ଶାବର ଶ୍ରୀକ୍ଷେତ୍ରେ କେଡ଼େ ଆନନ୍ଦରେ
ଝରଝର ଝରେ ବରଷା
ମନ୍ଦିର ବେଢାରୁ ଭକ୍ତ ପଦ ରେଣୁ
ଧୋଇ ଦେଉଥାଏ ସହସା (୦)

ମହାମନା ବର୍ଷା ଜାଣେ କିବା ସତେ
କାଳିଆଠୁ ବଡ଼ ଭକତ
ମନ୍ଦିରକୁ ଯାଇ ପାରିବନି ବୋଲି
ସାଜିଛି ଭକ୍ତର ସେବକ

ପତିତପାବନ ଛୁଇଁ ଝରୁ ଝରୁ
ମନ ହୋଇଯାଏ ସରସା
ଶାବର ଶ୍ରୀକ୍ଷେତ୍ରେ କେଡ଼େ ଆନନ୍ଦରେ
ଝରଝର ଝରେ ବରଷା (୧)

ମହାଜ୍ଞାନୀ ବର୍ଷା ଭାବେ ମୁଁ କେମିତି
କରନ୍ତି ପ୍ରଭୁଙ୍କୁ ଦର୍ଶନ
ଭକତଙ୍କ ଭିଜା ଦେହେ ଟିକେ ରହି
ଭିତରକୁ କଲା ଗମନ

ନିଜ କଳାଠାରୁ କଳା କାଳିଆକୁ
ଦେଖି ବରଷାର ଭରସା
ଶାବର ଶ୍ରୀକ୍ଷେତ୍ରେ କେଡ଼େ ଆନନ୍ଦରେ
ଝରଝର ଝରେ ବରଷା (୨)

ପାଟପୁର, କନିସି-୭୬୧ ୦୦୮, ଗଞ୍ଜାମ, ମୋ-୯୯୩୮୬ ୧୯୯୮୧

ଲେଖକ ପରିଚୟ
୧୯୮୯ ମସିହାରୁ ଆକାଶବାଣୀ ଓ ଦୂରଦର୍ଶନ ଗୀତିକାର । ଅନେକ ଆଧୁନିକ ଓ ଭଜନ ଆକାଶବାଣୀର ସ୍ଵୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ମହମ୍ମଦ ସିକନ୍ଦର ଆଲାମ, ଭୁବନେଶ୍ୱରୀ ମିଶ୍ର, ସଙ୍ଗୀତା ଗୋସାଇଁ, ସୁଚିତ୍ରା ମହାପାତ୍ର, ସୁବାସ ଦାଶ, ସୁଜାତା ମହାପାତ୍ର, ବିଭୂଣ ପଟ୍ଟନାୟକ, ଶୈଳଭାମା ମହାପାତ୍ର, ଉପେନ୍ଦ୍ର ମିଶ୍ରଙ୍କ ସମେତ ଆହୁରି ଅନେକଙ୍କ କଣ୍ଠରେ ଓଡ଼ିଶାର ସମସ୍ତ ଆକାଶବାଣୀରେ ପ୍ରଚାରିତ । ଶିଶୁ-କିଶୋର ଗଳ୍ପ କବିତା ଓଡ଼ିଶାର ଅଧିକାଂଶ ଶିଶୁ ପତ୍ରିକା ଓ ଦୈନିକ ସମ୍ବାଦପତ୍ରରେ ପ୍ରକାଶିତ ।

Related Posts

Leave a Reply

Your email address will not be published. Required fields are marked *