ଗଳ୍ପ ପୁସ୍ତକ ‘ମୁହୂର୍ତ୍ତର ମାନଚିତ୍ର’ ଲୋକାର୍ପିତ

ଭୁବନେଶ୍ୱର : ଗତକାଲି ସେପ୍ଟେମ୍ବର ୧୨ ତାରିଖ ଦିନ ବିଶିଷ୍ଟ ଲେଖକ ଡ. ରଜନୀ ରଂଜନଙ୍କ ଲିଖିତ କ୍ଷୁଦ୍ରଗଳ୍ପ ପୁସ୍ତକ ‘ମୁହୂର୍ତ୍ତର ମାନଚିତ୍ର’ ଆଜି ବିଶିଷ୍ଟ ଅତିଥିମାନଙ୍କ ଦ୍ଵାରା ଉତ୍ତରା ଛକ ନିକଟରେ ସରଦେଇପୁର ସ୍ଥିତ ଡାକବଙ୍ଗଳରେ ଲୋକାର୍ପିତ ହୋଇଯାଇଛି । ବାଲିଅନ୍ତା ପ୍ରେସ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ଏହି ସଭାରେ ବରିଷ୍ଠ ସାମ୍ବାଦିକ ସୋମନାଥ ସ୍ଵାଇଁ ଅଧ୍ୟକ୍ଷତା କରିଥିଲେ । ବିଶିଷ୍ଟ ଗାଳ୍ପିକ ଅଧ୍ୟାପକ ବିଶ୍ଵରଂଜନ ମୁଖ୍ୟ ଅତିଥି, ଡ. ଅଜୟ ସ୍ଵାଇଁ ମୁଖ୍ୟବକ୍ତା ଏବଂ ପ୍ରଶାସକ ମାନସ ରଂଜନ ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ଉପରେ ଆଲୋକପାତ କରିଥିଲେ । କବି ବିପିନ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ କବି ପୂର୍ଣ୍ଣ ମହାରଣା, ଦିଲୀପ ଓଝା, ବଙ୍କିମ ନାୟକ, ଅରୁଣ ମହାନ୍ତି, ରମାକାନ୍ତ ‌ଗୋଚ୍ଛାୟତ, ବିଦ୍ୟାଧର ଗୁରୁ ଓ ବହୁ ସାହିତ୍ୟିକ ତଥା ସାମ୍ବାଦିକ ଯୋଗ ଦେଇଥିଲେ । ପ୍ରକାଶନୀ ସଂସ୍ଥା ‘ପକ୍ଷୀଘର’ର ପ୍ରକାଶକ ବନୋଜ ତ୍ରିପାଠୀ ସଭାରେ ଉପସ୍ଥିତ ଥିଲାବେଳେ ବାଲିପାଟଣା ପ୍ରେସ୍‌ କ୍ଲବର ବରିଷ୍ଠ ସଦସ୍ୟ ଅଭିମନ୍ୟୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *