କବି ଛବିରାମ ସେଠୀଙ୍କୁ କବି ଗୌରବ ସମ୍ମାନରେ ସମ୍ମାନିତ

ଭୁବନେଶ୍ୱର : ସାରସ୍ୱତ ଅନୁଷ୍ଠାନ ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦ ଏକବଂଶ ବାର୍ଷିକ ଉତ୍ସବ ସହିତ ପୁସ୍ତକ ଉନ୍ମୋଚନ ଓ ସମର୍ଦ୍ଧନା ସଭା କଟକର ଶତାବ୍ଦୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି କୋୖଳାସ ଚନ୍ଦ୍ର ଜେନାଙ୍କ ପୈରହିତ୍ୟରେ ଅନୁଷ୍ଠିତ ଉତ୍ସବକୁ ପ୍ରାକ୍ତନ ସାଂସଦ ଡ. ପ୍ରସନ୍ନ କୁମାର ପାଟଶାଣୀ ଉଦଘାଟନ କରିଥିଲେ । ଏହି ଅବସରରେ ବିଶିଷ୍ଟ କବି ଛବିରାମ ସେଠୀଙ୍କୁ କବି ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । କବି ଛବିରାମ ସେଠୀ ଜଣେ ମେଳାପୀ ଓ ମିଷ୍ଟଭାଷୀ ମଣିଷ । ଏହି ଅବସରରେ ଅନୁଷ୍ଠାନର ମୁଖପାତ୍ର ‘ସମ୍ପର୍କର ସେତୁ’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଗୀତାଞ୍ଜଳି ପୃଷ୍ଟି, ଗୀତାଞ୍ଜଳି ସାହୁ କବିତା ଉତ୍ସବକୁ ସଂଯୋଜନା କରିଥିଲା ବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବିମାନେ କବିତା ପାଠ ଜରିଥିଲେ । ପରିଶେଷରେ ସୁରେନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *