ସାଗର ସାହିତ୍ୟ ସଂସଦର ଇନ୍ଦୁପ୍ରଭା ଉନ୍ମୋଚନ ଉତ୍ସବ

ଭୁବନେଶ୍ୱର : ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗ୍ରାମର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ସାଗର ସାହିତ୍ୟ ସଂସଦର ଅଷ୍ଟମ ସାମ୍ଭତ୍ସରିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଜ୍ୟୋତିର୍ବିଦ ଶ୍ରୀବତ୍ସ କୁମାର ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଗ୍ରାମର ସରପଞ୍ଚ ମୁଖ୍ୟବକ୍ତା ଡଃ ପ୍ରମୋଦ କୁମାର ଦାଶ, ସମ୍ମାନିତ ଅତିଥି ସାନ୍ଧ୍ୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସମୀର କୁମାର ସାହୁ, ଛଦେଶ ସାହିତ୍ୟ ସଂସଦ ର ସଭାପତି ନୀଳମଣି ମହାରଣା, ପ୍ରାଧ୍ୟାପକ ଡଃ ଦୁର୍ଗାମାଧବ ପୃଷ୍ଠି, ଶିଳ୍ପୀ ପରେଶ୍ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ସମ୍ପାଦକ ତ୍ରିଲୋଚନ ମହାରଣା ବାର୍ଷିକ ବିବରଣୀ ପାଠ କରିବା ପରେ ଅତିଥି ମାନେ “ପରିବର୍ତ୍ତନଶୀଳ ସମାଜର ସାକ୍ଷୀ” ସାହିତ୍ୟ ଶୀର୍ଷକ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖିଥିଲେ ।

ସଂସଦ ପକ୍ଷରୁ ପୂର୍ବରୁ ଆୟୋଜିତ ବିଦ୍ୟାଳୟ ମାନଙ୍କରେ ଓଡ଼ିଆ ସାହିତ୍ୟ ପ୍ରତି ଛାତ୍ରଛାତ୍ରୀ ମାନଙ୍କର ଉତ୍ସାହ ବୃଦ୍ଧି ନିମନ୍ତେ କରାଯାଇଥିବା ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହାସହିତ ଓଡ଼ିଆ ଭାଷାରେ ଅଧିକ ନମ୍ବର ରଖିଥିବାରୁ ଇନ୍ଦିପୁର ସରକରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ତୁଳସୀ ସାହୁ ଓ ଇନ୍ଦିପୁର ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରୀତି ପ୍ରିୟଦର୍ଶିନୀ ସ୍ଵାଇଁଙ୍କୁ “ମୋ ଗାଁ ମୋ ସମ୍ମାନ ୨୦୨୩” ପ୍ରଦାନ କରାଯାଇଥିଲା । ପରେପରେ କବୟିତ୍ରୀ ଶ୍ରଦ୍ଧାଞ୍ଜଳି ନାୟକଙ୍କୁ ସଂସଦର ପ୍ରଥମ ସଭାପତିଙ୍କ ସ୍ମୃତିରେ “ବିବେକାନନ୍ଦ ସ୍ମୃତି ସମ୍ମାନ” ଏବଂ କବି ଡମ୍ବରୁଧର ପ୍ରଧାନଙ୍କୁ ସଂସଦର ପ୍ରାଣପ୍ରତିଷ୍ଠାତା ସ୍ମୃତିରେ “ହେମନ୍ତ ରଥ ସ୍ମୃତି ସମ୍ମାନ” ଏବଂ ଇନ୍ଦିପୁର ଗ୍ରାମପାଇଁ ସେବା ମନୋବୃତ୍ତି ରଖିଥିବା ଡ଼ାକ୍ତର ବିବେକାନନ୍ଦ ତ୍ରିପାଠୀଙ୍କୁ “ବେଣୁଧର ସେବା ସମ୍ମାନ” ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଓଡ଼ାପଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦୁର୍ଗା ଚରଣ ରାଉତ ପରିଚାଳନା କରିଥିଲେ । ଛଦେଶ ସାହିତ୍ୟ ସଂସଦର ପତ୍ରିକା ସମ୍ପାଦକ କାବ୍ୟଭୂଷଣ କାଳୀଚରଣ ତ୍ରିପାଠୀ ନିଜ ରଚନାରୁ କେତେକ ଉପାଦେୟ ପୁସ୍ତକ ସଂସଦର ଇନ୍ଦୁପ୍ରଭା ପାଠାଗାରକୁ ପ୍ରଦାନ କରିଥିଲେ । କବି ମଧୁସୂଦନ ଶତପଥୀ ଓ ସହସମ୍ପାଦକ କାମାକ୍ଷା ପ୍ରସାଦ ବେହେରାଙ୍କ ସଂଯୋଜନାରେ ମଧୁକ୍ଷରା କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଥିଲା । ପରିଶେଷରେ ସଂସଦର ଉପସଭାପତି ହେମନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *