ଯୁବ କବି ସୌମ୍ୟରଞ୍ଜନ ପାଳଙ୍କୁ ‘ଉଦୟରାଗ’ ସମ୍ମାନ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଟାଇମପାସ ପବ୍ଲିକେଶନ ପକ୍ଷରୁ ଆୟୋଜିତ ସାହିତ୍ୟ ଉତ୍ସବ କାର୍ଯ୍ୟକ୍ରମରେ ଯୁବ କବି ସୌମ୍ୟରଞ୍ଜନ ପାଳଙ୍କୁ ‘ଉଦୟରାଗ’ ସମ୍ମାନରେ ସମ୍ମାନିତ କରାଯାଇଛି । ରେମୁଣା ବ୍ଲକ ଜାନୁଗଞ୍ଜ ଅନ୍ତର୍ଗତ ଶ୍ରୀକୃଷ୍ଣପୁର ଗ୍ରାମର କାର୍ତ୍ତିକେଶ୍ଵର ପାଳ ଓ ସବିତା ପାଳଙ୍କ ପୁତ୍ର ସୌମ୍ୟରଞ୍ଜନ । କବି ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଭାପତି ଡ. ହୃଷୀକେଶ ମଲ୍ଲିକଙ୍କ ସହ ଟାଇମପାସ ପ୍ରକାଶନର ନିର୍ଦ୍ଦେଶକ ସରୋଜ ବଳ ଉଦୟରାଗ ବିଜେତାଙ୍କୁ ଉପଢୌକନ, ମୟୁର ଚନ୍ଦ୍ରିକା ସହ ମାନଚିତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଗୀତିକାର ବିଜୟ ମଲ୍ଲ ଏହି ସଭାରେ ଉଦଘୋଷକ ଥିଲେ । ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ ଆଶୁତୋଷ ପରିଡ଼ାଙ୍କ ସହ କବି କୃଷ୍ଣ କୁମାର ମହାନ୍ତି, ଗାଳ୍ପିକା ହିରଣ୍ମୟୀ ମିଶ୍ର, ଗାଳ୍ପିକ ପ୍ରକାଶ ମହାପାତ୍ର, ଆଶିଷ କୁମାର ଗଡ଼ନାୟକ, ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ଗୀତିକାର ପଞ୍ଚାନନ ନାୟକ, ଅରୁଣ ମନ୍ତ୍ରୀ, ସ୍ଵରାଜ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

Leave a Reply

Your email address will not be published. Required fields are marked *