ଖୋଲାଝର୍କା ସାହିତ୍ୟ ପ୍ରତିଷ୍ଠାନର ଆଲୋଚନାଚକ୍ର ସଂଘଠିତ

କଟକ : ମହାନଦୀ ବିହାରରେ ଖୋଲାଝର୍କା ସାହିତ୍ୟ ପ୍ରତିଷ୍ଠାନର ମାସିକ ସାହିତ୍ୟ ଚର୍ଚ୍ଚା ସୁବାସ ଚନ୍ଦ୍ର ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଡ. ଅଜୟ କୁମାର ମିଶ୍ର ମୁରଲୀଧର ହୋତାଙ୍କ ପ୍ରବନ୍ଧରେ ଚିନ୍ତା ଓ ଚେତନାବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଫେସର ବୈଷ୍ଣବ ଚରଣ ସାମଲ, ଧନଞ୍ଜୟ ସ୍ଵାଇଁ, ପ୍ରଭାକର ପଣ୍ଡା, ଡ. ଭରତ ବେହେରା, ପିନକୀ ସିଂହ, ପ୍ରମୋଦ କୁମାର ମିଶ୍ର, ଶରତ କୁମାର ସାହୁ, ଡ. ସୁନାକର ଦାସ, ବିମ୍ବାଧର ଶତପଥୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ମୀନାକ୍ଷୀ ପଣ୍ଡାଙ୍କ ସଂଯୋଜନାରେ କବିତା ପାଠୋତ୍ସବରେ ଡକ୍ଟର ଗୋବିନ୍ଦ ଭୂୟାଁ, ଇଂ ମୁରଲୀଧର ହୋତା, ସୁଷମା ଦେବୀ, କୁନଲତା ତ୍ରିପାଠୀ, ସ୍ନେହଲତା ଦ୍ଵିବେଦୀ, ନିବେଦିତା ମହାନ୍ତି, ଶଶୀଶେଖର ଦାସ, ମୈତ୍ରୀଭୂଷଣ ଖୁଣ୍ଟିଆ, ଆଦିତ୍ୟପ୍ରତାପ ଧଳ ପ୍ରମୁଖ କବିତା ପାଠ କରିଥିଲେ । ସଂଯୋଜକ ଇଂ ଅଜୟ କୁମାର ରାଉତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *